ନୂପୁର ଶର୍ମାଙ୍କୁ ଗିରଫ ଦାବିରେ ପୋଷ୍ଟର୍‌

ନୂଆଦିଲ୍ଲୀ  : ବିଜେପିର ନିଲମ୍ବିତ ମୁଖପାତ୍ର ନୂପୂର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କ ପ୍ରତି ବିପଦ ବଢ଼ୁଛି। ନିକଟରେ ତାଙ୍କୁ ହତ୍ୟା ଧମକ ମିଳିବାପରେ ଦିଲ୍ଲୀ ପୁଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି। କିନ୍ତୁ ନୂପୁର ଶର୍ମାଙ୍କୁ ଏବେ ପୁଣି ଦୁଷ୍କର୍ମ ଧମକ ମିଳିଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। ଅନ୍ୟପକ୍ଷେ ନୂପୁର ଶର୍ମାଙ୍କ ଗିରଫ ଦାବି ଜୋର୍‌ ଧରିଛି। ବିରୋଧୀ ଦଳ ନେତାମାନେ ନୂପୁରଙ୍କ ଗିରଫ ଦାବି କରିଥିବାବେଳେ ଇତି ମଧ୍ୟରେ ଶର୍ମାଙ୍କ ଗିରଫ ଦାବିରେ ଗୁଜରାଟରେ ପୋଷ୍ଟର ଲାଗିଛି। ସୁରଟର ଜିଲାନି ବ୍ରିଜ୍‌ରେ ନୂପୁରଙ୍କ ଗିରଫ ଦାବି କରି ପୋଷ୍ଟର୍‌ ଲାଗିଛି। ତେବେ ଏହି ପୋଷ୍ଟର୍‌ କିଏ ଲଗାଇଛି ତାହା ଜଣାପଡ଼ିନି।

ସମ୍ବନ୍ଧିତ ଖବର