ନୂଆଦିଲ୍ଲୀ: ମହାରାଷ୍ଟ୍ରର ୱାର୍ଧା ଅଞ୍ଚଳରେ ଥିବା ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର ଗୋଦାମ ନିକଟରେ ଆଜି ଭୟାବହ ବିସ୍ଫୋରଣ ଘଟିଛି। ଫଳରେ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ ଗୁରୁତର ଆହତ ହୋଇଥିବା ଅନ୍ୟ ୧୦ ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ବାରୁଦ ବାକ୍ସ ଅଚାନକ ବିସ୍ଫୋରଣ ହେବାରୁ ଏହି ଅଘଟଣ ଘଟିଥିବା ପୁଲିସ ସୂତ୍ରରୁ ଜଣାଯାଇଛି।
ଜଣେ ସେନା ଅଧିକାରୀଙ୍କ କହିବାନୁସାରେ, ୱାର୍ଧା ନିକଟରେ ଥିବା ଅସ୍ତ୍ରଶସ୍ତ୍ର ଗୋଦାମଠାରୁ କିଛି ଦୂରରେ ଏକ ଖୋଲା ଜାଗାରେ ଏହି ବାରୁଦ ବିସ୍ଫୋରଣ ହୋଇଛି। ମଧ୍ୟ ପ୍ରଦେଶର ଖମାରିଆରେ ଥିବା ଗୋଳାବାରୁଦ କାରଖାନାକୁ ଏହି ସ୍ଥାନ ଆବଣ୍ଟନ ହୋଇଥିଲା। ଏହି ଜାଗାରେ କାରଖାନାର ବିଭିନ୍ନ ଅଦରକାରୀ ବାରୁଦ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଫିଙ୍ଗାଯାଇଥାଏ। ଆଜି ଖମାରିଆରୁ କିଛି ଅଦରକାରୀ ବାରୁଦ ବାକ୍ସ ଅଣାଯାଇଥିଲା। ଏହାକୁ ମାଟି ଖୋଳି ପୋତା ହୋଇଥାଆନ୍ତା। କିନ୍ତୁ ପୋତା ହେବା ପୂର୍ବରୁ ଏକ ବାରୁଦ ବାକ୍ସ ହଠାତ୍ ବିସ୍ଫୋରଣ ହୋଇଥିଲା।
ମହାରାଷ୍ଟ୍ରରେ ବାରୁଦ ବିସ୍ଫୋରଣ
୬ ମୃତ, ୧୦ ଗୁରୁତର
/sambad/media/post_attachments/wp-content/uploads/2018/11/explosion.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)