ମୁମ୍ବାଇ: ବର୍ଷା ହେତୁ ଦିଶିଲାନି ରାସ୍ତାରେ ଥିବା ଗାତ; ନିଜ ଗାଡ଼ି ତଳେ ଚାପି ହୋଇ ଅଟୋ ଚାଳକଙ୍କ ଜୀବନ ଗଲା

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଅନେକ ଜୀବନ ଯାଉଥିବା କଥା ଆପଣ ଶୁଣିଥିବେ। ମାତ୍ର ନିଜ ଗାଡ଼ି ତଳେ ନିଜ ଜୀବନ ଯିବା କଥା କେବେ ଶୁଣିଛନ୍ତି। ମୁମ୍ବାଇରେ ଘଟିିଛି ଏପରି ଏକ ଅଭାବନୀୟ ଘଟଣା। ୪୭ ବର୍ଷିଅ ଅଟୋ ରିକ୍ସା ଚାଳକ ଶନିବାର ନିଜ ଅଟୋ ତଳେ ଚାପି ହୋଇଯାଇ ମୃତ୍ୟୁ ବରଣ କରିଛନ୍ତି।

ଜାଣିବାକୁ ମିଳିଛି ଯେ, ମୁମ୍ବାଇର ଯେଉଁ ରାସ୍ତାରେ ସେ ଗାଡ଼ି ଚଳାଉଥିଲେ ସେହି ରାସ୍ତାର ଅବସ୍ଥା ଭଲ ନଥିଲା। ବର୍ଷା ହୋଇ ପାଣି ହୋଇ ଯାଇଥିବା ହେତୁ ରାସ୍ତାରେ ଥିବା ଖାଲ ଢ଼ିପ ଆଖିକୁ ଦେଖାଯାଉ ନଥିଲା। ବ୍ୟକ୍ତି ଜଣକ ତାଙ୍କ ଅଟୋ ଚଳାଇବା ବେଳେ ହଠାତ ଏକ ଢ଼ିପ ଭିତରେ ତାଙ୍କ ଗାଡ଼ି ପଶିଯାଇଥିଲା। ସେଠାରେ ବର୍ଷା ହୋଇ ପାଣି ଜମି ରହିଥିବା ହେତୁ ସେ ଜାଣି ପାରିନଥିଲେ ଯେ ସେଠାରେ ଏକ ବିରାଟ ଢିପ ଥିଲା ବୋଲି। ଖାଲରେ ଗାଡ଼ି ପଶିଯିବାରୁ ଅଟୋଟି ଭାରସାମ୍ୟ ହରାଇ ଟଳି ପଡ଼ିିଥିଲା। ବ୍ୟକ୍ତି ଜଣକ ନିଜ ଗାଡ଼ି ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର