ଲକ୍ଷ୍ନୌ: ହେଲମେଟ ନପିନ୍ଧିଥିବାରୁ ଲାଇନମ୍ୟାନଙ୍କ ଗାଡ଼ିରେ ପେଟ୍ରୋଲ ପକାଇବାକୁ ମନା କଲେ କର୍ମଚାରୀ। ରାଗରେ ପମ୍ପର ବିଜୁଳି କାଟିଲେ ଲାଇନମ୍ୟାନ। ଉତ୍ତରପ୍ରଦେଶରେ ଘଟିଛି ଏଭଳି ଘଟଣା।
ଉତ୍ତର ପ୍ରଦେଶର ଜଣେ ବାଇକ୍ ଚାଳକ ତେଲ ଭରିବା ପାଇଁ ଆସିବା ସମୟରେ ପମ୍ପ କର୍ମଚାରୀ ହେଲମେଟ୍ ନାହିଁ ବୋଲି ପେଟ୍ରୋଲ ପକାଇବାକୁ ମନା କରିଥିଲେ ଏବଂ ନିୟମ ପାଳନ କରିବାକୁ କହିଥିଲେ। ହେଲେ ପରେ କ’ଣ ହେବ ତାହା ତାଙ୍କୁ ଜଣାନଥିଲା। ପମ୍ପ କର୍ମଚାରୀ ପେଟ୍ରୋଲ ନପକାଇବାରୁ ଲାଇନମ୍ୟାନ୍ ପେଟ୍ରୋଲ ପମ୍ପର ବିଦ୍ୟୁତ୍ କାଟ କରିଦେଇଥିଲେ ବୋଲି ଜଣାପଡ଼ିଛି।
ଯୋଗୀ ଆଦିତ୍ୟନାଥ ସରକାର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ପାଇଁ 'ନୋ ହେଲମେଟ, ନୋ ପେଟ୍ରୋଲ' ନିୟମ ଲାଗୁ କରିଛନ୍ତି। ହେଲମେଟ୍ ପିନ୍ଧୁ ନଥିବା ବାଇକ୍ ଚାଳକଙ୍କୁ ତେଲ ନ ଦେବାକୁ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ କୁହାଯାଇଛି।ନିୟମ ଲାଗୁ ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ କହିବା ପରେ ଉତ୍ତର ପ୍ରଦେଶର ହାପୁର ଜିଲ୍ଲାରେ ଏହି ଘଟଣା ଘଟିଛି।
UP Fuel Pump Enforces 'No Helmet, No Petrol' Rule, Ends Up In The Dark https://t.co/P9PBc2AGy1pic.twitter.com/mJEHty8RVj
— NDTV (@ndtv) January 15, 2025
ସୂଚନା ମିଳିଛି ଯେ, ପ୍ରାୟ ୨୦ମିନିଟ ପରେ ପେଟ୍ରୋଲ ପମ୍ପକୁ ବିଜୁଳି ଆସିଥିଲା। ଏହି ଘଟଣା ବିଷୟରେ ଜାଣିବା ପରେ ପମ୍ପର ମାଲିକ ପୁଲିସରେ ଅଭିଯୋଗ କରିଥିବା ସାମ୍ନାକୁ ଆସିଛି। ଏକ ସିସିଟିଭି ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲାଇନମ୍ୟାନ୍ ଟ୍ରାନ୍ସଫର୍ମର ପାଖରେ ତାଙ୍କ ବାଇକ୍ ଅଟକାଇ ଏକ ଖୁଣ୍ଟ ଉପରେ ଚଢ଼ି ବିଦ୍ୟୁତ୍ ତାର ଛିଣ୍ଡାଇ ଦେଉଥିବା ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/15/HEb7EwxpfjRJk5gjd6pj.jpg)