ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରାତି ୯ଟାରେ ୯ ମିନିଟ୍ ଲାଇଟ୍ ବନ୍ଦ କରି ଦୀପ ଜଳାଇବାକୁ ଯେଉଁ ଆହ୍ବାନ ଦେଇଛନ୍ତି ସେଥିପାଇଁ ପାୱାର ଗ୍ରିଡ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏହି ସମୟରେ କେବଳ ଲାଇଟ୍ ବନ୍ଦ ରହିବ ଏବଂ ଅନ୍ୟ କୌଣସି ବିଦ୍ୟୁତ ଉପକରଣ ବନ୍ଦ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ସାର୍ବଜନୀନ ସଂସ୍ଥା ଏବଂ ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ ଯଥାରୀତି ଜଳିବ। କେବଳ ଲୋକେ ସେମାନଙ୍କ ଘରର ଆଲୁଅ ୯ ମିନିଟ୍ ପାଇଁ ବନ୍ଦ କରିବେ ଏବଂ ଏହା ଦ୍ବାରା କୌଣସି ଭୋଲ୍ଟେଜଜନିତ ସମସ୍ୟା ସୃଷ୍ଟି ହେବନାହିଁ ବୋଲି ପାୱାର ଗ୍ରୀଡ୍ ସ୍ପଷ୍ଟ କରିଛି। ଏହି ଲାଇଟ୍ ଅଫ୍ ଦ୍ବାରା କୌଣସି ବିଦ୍ୟୁତ ଉପକରଣକୁ କ୍ଷତି ପହଞ୍ଚିବା ଆଶଙ୍କା ଭିତ୍ତିହୀନ ବୋଲି କୁହାଯାଇଛି। ଏହି ସମୟରେ ଭୋଲ୍ଟେଜ କମିବା ବଢ଼ିବା ଜନିତ ସମସ୍ୟାକୁ ଏଡ଼ାଇବା ଦିଗରେ ମଧ୍ୟ ଗ୍ରୀଡ୍ ସମସ୍ତ ପଦକ୍ଷେପ ନେଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି।
୯ ମିନିଟ୍ ‘ଲାଇଟ୍ ଅଫ୍’ ପାଇଁ ପାୱାର ଗ୍ରିଡ୍ ପ୍ରସ୍ତୁ, ବ୍ଲାକ୍ ଆଉଟ୍ ଆଶଙ୍କାକୁ ପ୍ରତ୍ୟାଖ୍ୟାନ
/sambad/media/post_attachments/wp-content/uploads/2020/01/power-grid-quar4641-0-1576042008.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)