ମୁମ୍ବାଇ : ଗୋଟିଏ ପଟେ ମେଣ୍ଟ ସହଯୋଗୀ ଉଦ୍ଧବ ଠାକରେ ବିଦେଶରେ ଥିବାବେଳେ, ଅନ୍ୟପଟେ ଏନସିପି ମୁଖ୍ୟ ଶରଦ ପାଓ୍ବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଲେଣି । ଏକ ସାମାଜିକ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବାକୁ ପାଓ୍ବାର ଯାଇଥିବା କୁହାଯାଉଥିଲେ ବି ଏହାକୁ ନେଇ ରାଜନୀତି ମହଲରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।
ମରାଠା ମନ୍ଦିର ଅନୁଷ୍ଠାନକୁ ୭୫ ବର୍ଷ ପୂରିଛି । ଶରଦ ପାୱାର ସିଏମ ସିନ୍ଦେଙ୍କୁ ଭେଟି ତାଙ୍କୁ ଏହି ସମାରୋହପାଇଁ ନିମନ୍ତ୍ରଣ କରିଛନ୍ତି । ଏଣୁ ଏହାକୁ ରାଜନୈତିକ ରଂଗ ଦିଆଯିବା ଉଚିତ ନୁହେଁ ବୋଲି ଏନସିପି ପକ୍ଷରୁ କୁହାଯାଇଛି । କିନ୍ତୁ ଏହି ସାକ୍ଷାତକୁ ନେଇ ଚର୍ଚ୍ଚା ଜାରି ରହିଛି । ବିଶେଷକରି ଉଦ୍ଧବଙ୍କ ଅନୁପସ୍ଥିତିରେ ଏହି ସାକ୍ଷାତକୁ ନେଇ ପ୍ରଶ୍ନ କରାଯାଉଛି ।
ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ସାକ୍ଷାତ । ଶରଦ ପାୱାର ଏବେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୨ ତାରିଖରେ ପାଟନାରେ ବିରୋଧୀ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଶିବସେନା ନେତା ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଯେ ଜୁନ୍ ୧୨ ବୈଠକରେ ଉଦ୍ଧବ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/WhatsApp-Image-2023-06-01-at-20.44.15-1-1.jpeg)