ତୁର୍କୀରେ ୭.୮ ତୀବ୍ରତାସମ୍ପନ୍ନ ଶକ୍ତିଶାଳୀ ଭୂମିକମ୍ପ; ଅନେକ ମରିଥିବା ଆଶଙ୍କା

ନୂଆଦିଲ୍ଲୀ: ସୋମବାର ପ୍ରତ୍ୟୁଷରେ ଦକ୍ଷିଣ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବା ପରେ ପରେ ପୁଣି ଥରେ ତୀବ୍ର କମ୍ପନ ଅନୁଭୂତ ହୋଇଥିବା କଥା ‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ (ୟୁଏସ୍‌ଜିଏସ୍‌) କହିଛି।

ସ୍ଥ‌ାନୀୟ ସମୟ ପାହାନ୍ତ‌ା ୪.୧୭ରେ ସଂଘଠିତ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୭.୮ ଥିବା ବେଳେ ୧୫ ମିନିଟ୍‌ ପରେ ଅନୁଭୂତ ପରବର୍ତ୍ତୀ କମ୍ପନର ତୀବ୍ରତା ୬.୭ ଥିଲା ବୋଲି ‘ୟୁଏସ୍‌ଜିଏସ୍‌’ କହିଛି।

‘ୟୁଏସ୍‌ଜିଏସ୍‌’ ତଥ୍ୟାବଳି ଅନୁସାରେ, ଗାଜିଆନତେପ୍‌ ପ୍ରଦେଶର ନୁର୍ଦାଗି ନଗରୀର ପୂର୍ବକୁ ୨୬ କିଲୋମିଟର୍‌ ଦୂରରେ ଭୂଗର୍ଭର ୧୭.୯ କି.ମି. ଅଭ୍ୟନ୍ତରରେ ପ୍ରଥମ ଭୂମିକମ୍ପଟି ସଂଘଠିତ ହୋଇଥିଲା। ଏହାର କେଇ ମୁହୂର୍ତ୍ତ ପରେ କେନ୍ଦ୍ରୀୟ ତୁର୍କୀରେ ଭୂଗର୍ଭର ୯.୯ କିଲୋମିଟର୍‌ ଅଭ୍ୟନ୍ତରରେ ଦ୍ବିତୀୟ ଭୂମିକମ୍ପ ସଂଘଠିତ ହୋଇଥିଲା।

Image Courtesy of Charles Lister”s Tweet

ଏହି ଭୂମିକମ୍ପ ଅନେକ କୋଠାବାଡ଼ି ଧ୍ବଂସ ହୋଇଯିବା ସହିତ ବହୁ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଥିଲେ ସୁଦ୍ଧା ସରକାରୀ ଭାବେ କ‌ୌଣସି ସୂଚନା ମିଳିନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହେଉଥିବା କେତେକ ଭିଡିଓରେ ଦେଖାଯାଉଛି ଯେ, କୋଠାବାଡ଼ି ଭାଙ୍ଗି ଚୂରମାର୍‌ ହୋଇଯାଉଥିବା ବେଳେ ଜୀବନ ବିକଳରେ ଲୋକମାନେ ଧାଁଦୌଡ଼ କରୁଛନ୍ତି।

‘ବିଏନ୍‌ଓ ନିଉଜ୍‌’ ରିପୋର୍ଟ କରିଛି ଯେ, ଭୂମିକମ୍ପ ଯୋଗୁଁ ଏକାଧିକ ଅଟ୍ଟାଳିକା ଭାଙ୍ଗିଯାଇଛି ଏବଂ ତା’ର ଭଗ୍ନସ୍ତୂପ ତଳେ ଅନେକ ଲୋକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି।

ଉପରୋକ୍ତ ଭୂମିକମ୍ପ ଯୋଗୁଁ ସୁଦୂର ସିରିୟା ଓ ୟେମେନ୍‌ରେ ମଧ୍ୟ ଅନୁଭୂତ ହୋଇଥିଲା।

ସମ୍ବନ୍ଧିତ ଖବର