ଜିନପିଙ୍ଗ ପ୍ରଥମ, ମୋଦି ନବମ

ଫୋର୍ବସ ପ୍ରଭାବଶାଳୀ ବ୍ୟକ୍ତି ତାଲିକା

ନୂଆଦିଲ୍ଲୀ: ବିଶ୍ୱର ପ୍ରଭାବଶାଳୀ ୭୫ ଜଣ ବ୍ୟକ୍ତିଙ୍କୁ ନେଇ ଚଳିତ ବର୍ଷର ଫୋର୍ବସ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦୁଇ ବର୍ଷ ହେଲା ସର୍ବାଗ୍ରେ ଥିବା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପଛରେ ପକାଇ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ତାଲିକାର ନବମ ସ୍ଥାନରେ ରହିବା ସହ ବିଶ୍ୱର ୧୦ ଜଣ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସାମିଲ ହୋଇଛନ୍ତି।  ତାଲିକାରେ ଦ୍ୱିତୀୟ ଭାରତୀୟ ଭାବେ ରିଲାଏନ୍ସ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ୩୨ତମ ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ, ତୃତୀୟ ସ୍ଥାନରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚତୁର୍ଥ ଆଞ୍ଜେଲା ମାର୍କେଲ (ଜର୍ମାନୀ), ପଞ୍ଚମ ଜେଫ୍‌ ବେଜୋସ(ଆମାଜନ ସିଇଓ), ଷଷ୍ଠ ପୋପ୍‌ ଫ୍ରାନ୍ସିସ୍‌ (ରୋମାନ କ୍ୟାଥୋଲିକ ଚର୍ଚ୍ଚ), ସପ୍ତମ ବିଲ ଗେଟସ, ଅଷ୍ଟମ ମହମ୍ମଦ ବିନ ସଲମାନ ଅଲ ସାଉଦ(ସାଉଦୀ ଆରବ) ଏବଂ  ଦଶମ ସ୍ଥାନରେ ଲ୍ୟାରି ପେଜ୍‌(ଗୁଗଲ ସହ ପ୍ରତିଷ୍ଠାତା) ରହିଛନ୍ତି। ମାଇକ୍ରୋସଫ୍ଟ କମ୍ପାନିର ସିଇଓ ତଥା ଭାରତୀୟ ବଂଶୋଦ୍ଭବ ସତ୍ୟ ନାଦେଲା ୪୦ତମ ସ୍ଥାନରେ ରହିଛନ୍ତି। ଫେସବୁକ ସିଇଓ ମାର୍କ ଜୁକରବର୍ଗ ୧୩ତମ ସ୍ଥାନରେ, ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ ୧୪, ଆପଲ ସିିଇଓ ଟିମ୍‌ କୁକ୍‌ ୨୪ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର