କରୋନା କଟକଣାରେ ରଜ ପାଳିଲେ ପ୍ରବାସୀ ଓଡ଼ିଆ

ନୂଆଦିଲ୍ଲୀ : କ‌ରୋନା କଟକଣାରେ ଆଜି ଦିଲ୍ଲୀ ଏବଂ ଏହାର ଆଖପାଖ ଏନ୍‌ସିଆର୍‌ ଅଂଚଳରେ ରହୁଥିବା ପ୍ରବାସୀ ଓଡିଆମାନେ ପାରମ୍ପରିକ ରଜପର୍ବକୁ ଘରେ ରହି ପାଳନ କରିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ପର୍ବପର୍ବାଣି ପାଳନ ଉପରେ କଟକଣା ଜାରି ରହିଥିବା ଯୋଗୁଁ ସାର୍ବଜନୀନ ସ୍ଥାନରେ ଏକତ୍ରିତ ହୋଇ ପ୍ରବାସୀ ଓଡିଆମାନେ ରଜପର୍ବ ପାଳନ କରିପାରି ନ ଥିଲେ। ପହିଲି ରଜକୁ ଭର୍ଚୁଆଲ ମୋଡ୍‌ରେ ଘରେ ରହି ପାଳନ କରିଥିଲେ। କରୋନା କଟକଣା ଯୋଗୁଁ କ୍ରମାଗତ ଦୁଇ ବର୍ଷ ହେଲା ଜାକଜମକରେ ରଜ ପାଳନ ସମ୍ଭବ ହୋଇ ନ ଥିବାରୁ ପ୍ରବ‌ାସୀ ଓଡିଆମାନେ ନିରାଶା ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର