ଅନେକଙ୍କ ସହ କାମ କରିଥିଲେ ବି କେବଳ ଏହି ଅଭିନେତ୍ରୀଙ୍କୁ ଫଲୋ କରୁଛନ୍ତି ପ୍ରଭାସ

ନୂଆଦିଲ୍ଲୀ: ରାମ ନବମୀ ଅବସରରେ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ର ପୋଷ୍ଟର ରିଲିଜ ହୋଇଛି। ଅଭିନେତା ପ୍ରଭାସ ଇନଷ୍ଟାରେ ଫିଲ୍ମର ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ପୋଷ୍ଟରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପ୍ରଭାସ ଇନଷ୍ଟାରେ କେଉଁ ଅଭିନେତ୍ରୀଙ୍କୁ ଫଲୋ କରୁଛନ୍ତି, ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ୯.୩ମିଲିୟନ ଲୋକ ପ୍ରଭାସଙ୍କୁ ଫଲୋ କରୁଥିବା ବେଳେ ପ୍ରଭାସ କେବଳ ୧୫ଜଣଙ୍କୁ ଫଲୋ କରୁଛନ୍ତି। ସେ ୧୫ଜଣଙ୍କ ମଧ୍ୟରେ ରହିଛନ୍ତି ୬ଜଣ ଅଭିନେତ୍ରୀ।

ନିଜ ଫିଲ୍ମ କ୍ୟାରିୟରରେ ପ୍ରଭାସ ଅନେକ ଅଭିନେତ୍ରୀଙ୍କ ସହ କାମ କରିଥିଲେ ବି ସେ କେବଳ ଏହି ୬ଜଣ ଅଭିନେତ୍ରୀଙ୍କୁ ଫଲୋ କରୁଥିବା ଦେଖାଯାଇଛି। ଏହି ୬ଜଣ ଅଭିନେତ୍ରୀମାନେ ହେଲେ ଦୀପିକା ପାଦୁକୋନ, କ୍ରିତି ସାନୋନ, ଭାଗ୍ୟଶ୍ରୀ, ଶ୍ରଦ୍ଧା କପୁର, ପୂଜା ହେଗଡେ ଓ ଶ୍ରୁତି ହସନ।

ସବୁଠାରୁ ବଡ଼ କଥା ହେଲା ପ୍ରଭାସ, ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ଇନଷ୍ଟାରେ ଫଲୋ କରୁନଥିବା ଦେଖାଯାଇଛି। କିଛି ବର୍ଷ ତଳେ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା।

ତେବେ ରାମ ନବମୀ ଅବସରରେ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ର ପୋଷ୍ଟର ରିଲିଜ ହୋଇଥିବା ବେଳେ ଏହାକୁ ଲୋକେ ପସନ୍ଦ କରୁନଥିବା ଦେଖାଯାଇଛି। ପୋଷ୍ଟରରେ ଥିବା ହନୁମାନଙ୍କ ଲୁକକୁ ନେଇ ଲୋକେ ପ୍ରଶ୍ନ କରିଥିବା ବେଳେ ପୋଷ୍ଟରକୁ ଭଲଭାବେ ଏଡିଟ କରାଯାଇନଥିବା କହିଛନ୍ତି।

ସମ୍ବନ୍ଧିତ ଖବର