ମୁଁ ଭଗବାନଙ୍କୁ ଦେଖି ନାହିଁ କିନ୍ତୁ ମୋଦୀଜୀଙ୍କୁ ଦେଖିଛି; ମହିଳାଙ୍କ ମୁହଁରୁ ଏଭଳି ଶୁଣି ଭାବବିହ୍ବଳ ହୋଇପଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଜନୌଷଧି ପରିଯୋଜନା କେନ୍ଦ୍ରରେ ଉପସ୍ଥିତ ଜନତାଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବବିହ୍ବଳ ‌ହୋଇ ପଡ଼ିଥିବା ଜଣା ପଡ଼ିଛି। ପ୍ରଧ‌ାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇ ଜଣେ ମହିଳା ତାଙ୍କୁ କହିଥିଲେ, ମୁଁ ଭଗବାନଙ୍କୁ ଦେଖି ନାହିଁ ସତ କିନ୍ତୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିତରେ ମୋ ଭଗବାନଙ୍କୁ ଦେଖିଛି। ଏହା କହି ମହିଳାଜଣଙ୍କ କାନ୍ଦିବାକୁ ଲାଗିଥିଲେ। ମହିଳାଙ୍କ ମନରେ ନିଜ ପାଇଁ ଏତେ ସମ୍ମାନ ଓ ଭଲପାଇବା ଦେଖି କିଛି ସମୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭାବବିହ୍ବଳ ହୋଇଯାଇଥିଲେ।

ଜନୌଷଧି ଦିବସରେ ଯୋଗ ଦେଇ ଦୀପା ଶାହା କହିଥିଲେ, ମୁଁ ପକ୍ଷାଘାତରେ ପୀଡ଼ିତ। ପୂର୍ବରୁ ମୋତେ ୫,୦୦୦ଟଙ୍କାର ଔଷଧ କିଣିବାକୁ ପଡ଼ୁଥିବା ବେଳେ ଏବେ ଭାରତୀୟ ଜନୌଷଧି ପରିଯୋଜନା ପାଇଁ ଏବେ ମୁଁ ୧,୫୦୦ଟଙ୍କା ଦେଇ ଔଷଧ କିଣୁଛି। ବଳି ପଡ଼ୁଥିବା ଟଙ୍କା ମୁଁ  ଘର ଚଳାଇବା‌ରେ ଲଗାଇବା ସହ ଫଳ କିଣୁଛି। ତବେ ମୋଦୀଜୀଙ୍କ ପାଇଁ ସେ ଏତେ ଲାଭବାନ ହୋଇଥିବାରୁ ତାଙ୍କୁ ଭଗବାନ ମାନୁଥିବା କହିଥିଲେ ଦୀପା ଶାହା।

Image result for narendra-modi
The Economic Times

ସୂଚନା ମୁତାବକ, ଭାରତୀୟ ଜନୌଷଧି ପରିଯୋଜନା କେନ୍ଦ୍ରରେ ଉପସ୍ଥିତ ଜନତାଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ କରୋନା ଭାଇରସକୁ ନେଇ ପରାମର୍ଶ ଦେଇଥିଲେ। କରୋନାଭାଇରସ୍‌ ସଂକ୍ରମଣ ଏଡ଼ାଇବାକୁ ନେଇ ସେ କହିଥିଲେ ଯେ ଶୁଣାକଥାକୁ ବିଶ୍ୱାସ କରନ୍ତୁ ନାହିଁ। ଏ ଭଳି ସମୟରେ ଗୁଜବ ଜଲ୍‌ଦି ବ୍ୟାପିଥାଏ। କେତେକ ଲୋକ କହିବେ ଏଇଟା ଖାଇବା ଅନୁଚିତ। ସେଇଟା କରିବା ଉଚିତ ନୁହେଁ। କେତେକ ଲୋକ ଦୁଇଚାରିଟା ନୂଆ ଜିନିଷ ଆଣି କହିବେ ଯେ ଏହାକୁ ଖାଇଲେ କରୋନାଭାଇରସ୍‌ ସଂକ୍ରମଣ ହେବନାହିଁ। ଆମେ ଏଭଳି ଗୁଜବକୁ ମଧ୍ୟ ଏଡ଼ାଇବା ଉଚିତ। ସେ ପୁଣି କହିଲେ ଯେ ଯାହା କରିବେ, ତାହା ଡାକ୍ତରଙ୍କ ଉପଦେଶ ଅନୁସାରେ କରନ୍ତୁ। ଗୌହାଟି ଏବଂ ଡେରାଡୁନ୍‌ ସମେତ ସମଗ୍ର ଦେଶର କେତୋଟି ବଛା ବଛା ଜନୌଷଧି କେନ୍ଦ୍ରର ପରିଚାଳନା ଏବଂ ଗ୍ରାହକମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରୋନାଭାଇରସ୍‌ ସମ୍ବନ୍ଧରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର