ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଧନ ଯୋଜନା : କିଛି ବି ଅର୍ଥ ଖର୍ଚ୍ଚ କରିନାହିଁ ଓଡ଼ିଶା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମାତୃତ୍ବ ବନ୍ଧନ ଯୋଜନା (ପିଏମ୍‌ଏମ୍‌ଭିୱାଇ)ରେ ଓଡ଼ିଶା କିଛି ବି ଅର୍ଥ ଖର୍ଚ୍ଚ କରିନାହିଁ। ଓଡ଼ିଶା ଭଳି ତେଲେଙ୍ଗାନା ବି ଏହି ଯୋଜନା ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଖର୍ଚ୍ଚ କରିନାହିଁ। ସଂସଦୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟରୁ ଏହା ଜଣାପଡ଼ିଛି। ରାଜ୍ୟସଭା ସାଂସଦ ଡ. ବିନୟ ପି ସହସ୍ରବୁଦ୍ଧେଙ୍କ ଅଧ୍ୟକ୍ଷତାରେ ଗଠିତ ଶିକ୍ଷା, ମହିଳା, ଯୁବ ଓ କ୍ରୀଡ଼ା ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ପକ୍ଷରୁ ନିକଟରେ ପ୍ରଧାନମନ୍ତ୍ରୀ ମାତୃତ୍ବ ବନ୍ଧନ ଯୋଜନା ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶାରେ ଏପର୍ଯ୍ୟନ୍ତ ପିଏମ୍‌ଏମ୍‌ଭିୱାଇ କାର୍ଯ୍ୟକାରୀ କରାଯାଇନାହିଁ। ଏହି ରିପୋର୍ଟ ସମ୍ପୃକ୍ତ ମନ୍ତ୍ରାଳୟକୁ ପଠାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର