ଶିବସେନାରେ ମିଶିଲେ ଏନକାଉଣ୍ଟର ସ୍ପେଶିଆଲିଷ୍ଟ ପ୍ରଦୀପ ଶର୍ମା

ମୁମ୍ବାଇ : ମୁମ୍ବାଇ ପୁଲିସର ଏନକାଉଣ୍ଟର ସ୍ପେଶିଆଲିଷ୍ଟଭାବେ ପରିଚିତ ପ୍ରଦୀପ ଶର୍ମା ଶିବସେନାରେ ଯୋଗ ଦେଇଛନ୍ତି । ନିକଟରେ ସେ ଚାକିରିରୁ ଇସ୍ତଫା ଦେଇଥିଲେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ମୁମ୍ବାଇ ଉପକଣ୍ଠରେ ଥିବା ନାଲାସୁପାରା ବିଧାନସଭା ଆସନରୁ ସେ ଲଢିବାର ସମ୍ଭାବନା ରହିଛି । ନିଜ ଚାକିରି କାଳରେ ସେ ୧୫୦ରୁ ଅଧିକ ଏନକାଉଣ୍ଟର କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର