କୋଟିଆ ପ୍ରସଙ୍ଗକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ

ନୂଆଦିଲ୍ଳୀ: କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଏହାକୁ ନେଇ ଏବେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଅନୁଧ୍ୟାନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ବିରୋଧୀ ଦଳର ନେତା ଚିଠିରେ ଉଲ୍ଲେଖ କରିଛନ୍ତି ।

ସେ ଏହି ଚିଠିରେ ଲେଖିଛନ୍ତି ଯେ ଆନ୍ଧ୍ର ବେଆଇନ୍ ଭାବେ ଓଡ଼ିଶାର କିଛି ଅଞ୍ଚଳରେ ନିର୍ବାଚନ କରିଛି । ଏହା ସମ୍ବିଧାନର ବିରୋଧୀ ଅଟେ । ତା’ ସହିିତ ଏହା ଭାରତୀୟ ସଂଘୀୟ ବ୍ୟବସ୍ଥାର ମଧ୍ୟ ଅବମାନନା କରୁଛି । ୧୯୬୮ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ମଧ୍ୟ ଏହା ଉଲ୍ଲଘଂନ ଅଟେ । ତେଣୁ ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ପ୍ରଶାସନକୁ ଏପରି କରିବାରୁ ରୋକିବାକୁ ଅନୁରୋଧ କରିଛନ୍ତି ଶ୍ରୀ ନାୟକ।

୧୯୩୬ ମସିହାରୁ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ  ଅଙ୍ଗ ହୋଇ ରହିଆସିଛି । ୧୯୪୨ ମସିହାରେ ଓଡ଼ିଶା, ବିହାର ଓ ମଧ୍ୟପ୍ରଦେଶର ସରକାରଙ୍କ ମିଳିତ ସର୍ଭେରେ ମଧ୍ୟ ଏହାର ପ୍ରମାଣ ରହିଛି । ସେ ସମୟରେ ସର୍ଭେ କରାଯାଇ କୋଟିଆ ଗ୍ରାମ ପଞ୍ଚାୟତର ସାତଟି ଗାଁ ଓଡ଼ିଶାର ବୋଲି ନିର୍ଦ୍ଧାରଣ କରାଯାଇଥିଲା । ହେଲେ ଏବେ ଆନ୍ଧ୍ର ପ୍ରଶାସନ ଏଠାରେ ବେଆଇନ୍ ଭାବେ ନିର୍ବାଚନ କରୁଛି । ତେଣୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ଜିଲ୍ଲା ପ୍ରଶାସନକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରଦୀପ୍ତ ନାଏକ ନିଜ ଚିଠିରେ ଲେଖିଛନ୍ତି ।
ସମ୍ବନ୍ଧିତ ଖବର