ପ୍ରଦ୍ୟୁମ୍ନ ହତ୍ୟାମାମଲାର ତଦନ୍ତ ଆରମ୍ଭ କଲା ସିବିଆଇ

ଗୁରୁଗ୍ରାମ: ଗୁରୁଗ୍ରାମ ରେୟାନ ଇଣ୍ଟରନ୍ୟାସନାଲ ସ୍କୁଲରେ ଛାତ୍ର ହତ୍ୟାକାଣ୍ଡ ଘଟଣାର ସିବିଆଇ ତିନି ଜଣିଆ ତଦନ୍ତକାରୀ ଦଳ ଶନିବାର ଘଟଣାର ଛାନଭିନ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧିସୂଚନା ମିଳିବା ପରେ ସିବିଆଇ ନିଜ ହାତକୁ ତଦନ୍ତ ନେଇଛି  ବୋଲି ସିବିଆଇ ପ୍ରବକ୍ତା ଅଭିଷେକ ଦୟାଲ କହିଛନ୍ତି।

ଅନ୍ୟପକ୍ଷରେ ମୃତ ଛାତ୍ରଙ୍କ ପିତା ଶନିବାର ସୁଦ୍ଧା ଘଟଣାର ତଦନ୍ତ ଭାର ସିବିଆଇ ନ ନେଲେ ସୋମବାର ସୁପ୍ରିମକୋର୍ଟ ଯିବେ ବୋଲି ଧମକ ଦେଇଛନ୍ତି। ସେପ୍ଟେଟର ୮ରେ ୭ବର୍ଷର ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କୁ ସ୍କୁଲ ଟଏଲେଟରେ ଗଳାକାଟି ବିଭତ୍ସ ଭାବେ ହତ୍ୟା କରିଥଲା ସ୍କୁଲ ବସର କଣ୍ଡକ୍ଟର । ଏହି ମାମଲାରେ ପୁଲିସ ଅଭିଯୁକ୍ତ କଣ୍ଡକ୍ଟର ଅଶୋକକୁ ଗିରଫ କରି ଅଧିକ ତଦନ୍ତ ଚଲାଇଛି।
ତେବେ ପ୍ରକୃତ ଅପରାଧୀକୁ ଖସାଇବା ପାଇଁ ଅଶୋକକୁ ବଳି ଦିଆଯାଉଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଥିଲେ ପ୍ରଦ୍ୟୁମ୍ନଙ୍କ ପରିବାର ଲୋକେ । ପରିବାର ଲୋକଙ୍କୁ ଭେଟିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।
ସମ୍ବନ୍ଧିତ ଖବର