ଦିଲ୍ଲୀର ପ୍ରଗତି ମଇଦାନ ମେଟ୍ରୋ ଷ୍ଟେସନ୍‌ ନାଁ ବଦଳିଲା

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରଗତି ମଇଦାନ ମେଟ୍ରୋ ‌ଷ୍ଟେସନ୍‌ର ନାଁ ବଦଳି ଯାଇଛି। ନୂଆବର୍ଷ ପୂର୍ବରୁ ଦିଲ୍ଲୀ ସରକାର ପ୍ରଗତି ମଇଦାନ ମେଟ୍ରୋ ଷ୍ଟେସନ୍‌ର ନାଁ ବଦଳାଇ ‘ସୁପ୍ରିମକୋର୍ଟ ‌ମେଟ୍ରୋ ଷ୍ଟେସନ୍‌’ ରଖିଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦ୍ବାରା ଏନେଇ ଘୋଷଣା କରାଯାଇଛି। ସିସୋଦିଆ କହିଛନ୍ତି ବିଭିନ୍ନ ଅନୁରୋଧ ଗ୍ରହଣ କରିବାପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାବାଦ୍‌ ମୁକର୍ବ ଚୌକ ଏବଂ ଫ୍ଲାଏଓଭର ନାମ ବଦଳାଇ’ କ୍ୟାପଟେନ ବିକ୍ରମ ବତ୍ରା ଚୌକ ରଖାଯାଇଛି ବୋଲି ସିସୋଦିଆ କହିଛନ୍ତି। ସମଗ୍ର ପୁନଃ ନାମକରଣ ପ୍ରକ୍ରିୟା ଗୋଟିଏ ମାସ ମଧ୍ୟରେ ଶେଷ ହେବ ବୋଲି ସିସୋ‌ଦିଆ କହିଛନ୍ତି।

ସମ୍ବନ୍ଧିତ ଖବର