କାର୍ଲସେନ୍‌ଙ୍କ ସହ କଡ଼ା ମୁକାବିଲା କରି ହାରିଗ‌ଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦଙ୍କୁ ହରାଇ ଫିଡେ ବିଶ୍ବକପ୍‌ ଫାଇନାଲରେ ଜିତିଲେ ବିଶ୍ବର ୧ ନମ୍ବର ନରୱେ ଗ୍ରାଣ୍ଡମାଷ୍ଟର ମାଗ୍ନସ୍‌ କାର୍ଲସେନ୍‌। ଫାଇନାଲର ଟାଏ ବ୍ରେକର ରାଉଣ୍ଡରେ ପ୍ରଜ୍ଞାନନ୍ଦଙ୍କୁ ହରାଇଛନ୍ତି ମାଗ୍ନସ୍‌ କାର୍ଲସେନ୍‌। ଏହା ଫଳରେ ପ୍ରଜ୍ଞାନନ୍ଦ ରନର୍ସ ଅପ ହେବା ସହ ବିଜେତା ହୋଇଛନ୍ତି କାର୍ଲସେନ୍‌। ଦୁଇ ଖେଳାଳିଙ୍କ ମଧ୍ୟରେ ଫାଇନାଲ ମ୍ୟାଚର ୨ଟି ମ୍ୟାଚ୍ ଡ୍ରରେ ଶେଷ ହେବା ପରେ ଟାଏ ବ୍ରେକ୍ ମ୍ୟାଚ୍ ମାଧ୍ୟମରେ ଫଳାଫଳ ସ୍ଥିର କରାଯାଇଛି।

ସୂଚନା ମୁତାବକ, ଟାଏବ୍ରେକର ମ୍ୟାଚରେ ଉଭୟ ଖେଳାଳିଙ୍କୁ ୨୫-୨୫ ମିନିଟ୍ ମିଳିଥାଏ ଏବଂ ପ୍ରତ୍ୟେକ ରାଉଣ୍ଡ ପରେ ଖେଳାଳିଙ୍କ ସମୟ ସହିତ ୧୦ସେକେଣ୍ଡ୍ ଯୋଡା ଯାଇଥାଏ। ଯଦି ବିଶ୍ୱକପରେ ଥିବ‌ା ଏହି ଫାଇନାଲର ପ୍ରଥମ ୨ଟି ମ୍ୟାଚ୍ ବିଷୟରେ ଆଲୋଚନା କରାଯିବ, ତେବେ ପ୍ରଥମ ଖେଳ ଅଗଷ୍ଟ ୨୨ରେ ଖେଳାଯାଇଥିଲା। ଏଥିରେ ପ୍ରଜ୍ଞାନନ୍ଦ ଧଳା ଏବଂ କାର୍ଲସେନ୍ କଳା ଗୋଟି ସହିତ ଖେଳିଥିଲେ। ଶେଷରେ ମ୍ୟାଚ୍ ଡ୍ର ହୋଇଥିଲା। ଏହା ପରେ ପ୍ରଜ୍ଞାନନ୍ଦ ଏବଂ କାର୍ଲସେନଙ୍କ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୨୩ରେ ଖେଳାଯାଇଥିଲା। ଏଥିରେ କାର୍ଲସେନ୍ ଧଳା ଓ ପ୍ରଜ୍ଞାନନ୍ଦ କଳା ଗୋଟି ସହିତ ଖେଳିଥିଲେ। ଏହି ମ୍ୟାଚ୍‌ରେ ଉଭୟ ଖେଳାଳି କୌଣସି ପ୍ରକାରର ତତ୍ପରତା ଦେଖାଇ ନଥିଲେ ବି ଏହି ମ୍ୟାଚଟି ମଧ୍ୟ ଡ୍ରରେ ଶେଷ ହୋଇଥିଲା। ପରେ ବିଜେତା ଘୋଷଣା କରିବା ପାଇଁ ଆଜି ଟାଇବ୍ରେକର ମ୍ୟାଚ୍ ଖେଳାଯାଇଥିବା ବେଳେ କାର୍ଲସେନ୍‌ ବିଜେତା ହୋଇଛନ୍ତି।

ସମ୍ବନ୍ଧିତ ଖବର