ଭୋପାଳ: ଏଥର ବିଜେପିର ଗଡ଼ ବୋଲି କୁହାଯାଉଥିବା ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରୁ ବରିଷ୍ଠ ନେତା ଦିଗବିଜୟ ସିଂହ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଏହାପରେ ଏଠାରୁ ବିଜେପି କାହାକୁ ପ୍ରାର୍ଥୀ କରିବ,ତାକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି। ଶୁଣିବାକୁ ମିଳୁଛି ଯେ ଭୋପାଳରୁ ବିଜେପି ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିପାରେ। ଦିଗବିଜୟ ସିଂହଙ୍କୁ ହିଁ ହିନ୍ଦୁ ଆତଙ୍କବାଦୀ ଶବ୍ଦର ଜନ୍ମଦାତା ବୋଲି କୁହାଯାଏ।

Advertisment

ବିଜେପି ଏବେ ପ୍ରଜ୍ଞା ଠାକୁରଙ୍କୁ ପ୍ରାର୍ଥୀ କରିବା ନେଇ ଲାଭ କ୍ଷତିର ଆକଳନ କରୁଛି। ଏହି ଚର୍ଚ୍ଚା ଆରମ୍ଭ ହେବା ପରେ ସାଧ୍ୱୀ ପ୍ରଜ୍ଞାଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ ଶତ୍ରୁକୁ ପରାଜିତ କରିବା ପାଇଁ ପ୍ରଜ୍ଞା ପ୍ରସ୍ତୁତ ଅଛନ୍ତି।

publive-image photo-navbharattimes

ଏଠାରେ ସୂଚନାଯୋଗ୍ୟ ଯେ ୨୦୦୮ରେ ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ଗତ ବର୍ଷ ଏନଆଇଏ କୋର୍ଟ ପ୍ରମାଣ ଅଭାବରେ ନିର୍ଦ୍ଦୋଷରେ ଖଲାସ କରିଥିଲେ। ୧୯୮୯ ମସିହାରୁ ଏ ଯାଏଁ ଭୋପାଳରୁ ବିଜେପି ପ୍ରାର୍ଥୀ ସୁମିତ୍ରା ମହାଜନ ବିଜୟୀ ହୋଇଆସିଥିଲେ,ମାତ୍ର ଏଥର ସେ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେଇଛନ୍ତି।