ନୂଆଦିଲ୍ଲୀ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ଗତକାଲି ବିଜେପି ଦ୍ବାରା ତୀବ୍ର ବିରୋଧର ଶିକାର ହୋଇଥିବା ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ତାଙ୍କ ଭୁଲ୍ ପାଇଁ କ୍ଷମା ମାଗିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଗଡସେଙ୍କୁ ନେଇ ସାଧ୍ବୀ ଯେଉଁଭଳି ଟିପ୍ପଣୀ ଦେଇଛନ୍ତି ସେ ତାଙ୍କୁ କେବେ ବି କ୍ଷମା ଦେବେନାହିଁ। ଏଭଳି ଟିପ୍ପଣୀ ଖୁବ୍ ଖରାପ୍ ଏବଂ ସମାଜ ପାଇଁ ହାନିକାରକ ବୋଲି ମୋଦୀ କହିଛନ୍ତି। ସାଧ୍ବୀ ପ୍ରଜ୍ଞା ଏଥିପାଇଁ କ୍ଷମା ମାଗି ସାରିଛନ୍ତି, କିନ୍ତୁ ମୁଁ ଏହି ଘଟଣାରେ ତାଙ୍କୁ କେବେ ବି କ୍ଷମା ଦେଇପାରିବ ନାହିଁ ବୋଲି ମୋଦୀ ଏକ ଟିଭି ସାକ୍ଷାତକାରରେ କହିଛନ୍ତି। ସାଧ୍ବୀଙ୍କ ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନକୁ ଆଧାର କରି ମୋଦୀ କହିଛନ୍ତି, ଭବିଷ୍ୟତରେ ଏଭଳି ଟିପ୍ପଣୀ ରଖିବା ପୂର୍ବରୁ ଏହି ନେତାମାନେ ୧୦୦ ଥର ଚିନ୍ତା କରିବା ଉଚିତ୍।
ପ୍ରଜ୍ଞା ଠାକୁରଙ୍କ ଟିପ୍ପଣୀ ପାଇଁ କେବେ ବି କ୍ଷମା ଦେବିନି: ମୋଦୀ
/sambad/media/post_attachments/wp-content/uploads/2019/05/pm-narendra-modi-pti-_625x300_16_April_19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)