ପ୍ରଜ୍ଞା ଠାକୁରଙ୍କୁ ଚେତାବନୀ ଶୁଣାଇଲେ ଏନ୍‌ଆଇଏ ଅଦାଲତ, ଶୁକ୍ରବାର ହାଜର ନହେଲେ ପରିଣତି ଭୋଗ କରିବାକୁ ପ୍ରସ୍ତୁତ ଥିବ

ଭୋପାଳ/ ମୁମ୍ବାଇ: ମଧ୍ୟପ୍ରଦେଶର ଭୋପାଳ ଆସନରୁ ବିଜେପିର ନବ ନିର୍ବାଚିତ ସାଂସଦ ପ୍ରଜ୍ଞା ଠାକୁର ଆଜି (ଗୁରୁବାର) ଦ୍ୱିତୀୟ ଥର ପାଇଁ ଏନ୍‌ଆଇଏ ଅଦାଲତରେ ହାଜର ନହେବା ଘଟଣାକୁ ନେଇ ଏନ୍‌ଆଇଏ ଅଦାଲତର ବିଚାରପତି ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରଜ୍ଞା ଠାକୁରଙ୍କର ଆଜି ଏନ୍‌ଆଇଏ ଅଦାଲତରେ ହାଜିରା ଦେବା ପାଇଁ କଣ୍ଟ ରହିଥିବା ବେଳେ ତାଙ୍କ ଓକିଲ ଅଦାଲତଙ୍କୁ କହିଛନ୍ତି ଯେ ପ୍ରଜ୍ଞା ଠାକୁର ଏବେ ଉଚ୍ଚ ରକ୍ତଚାପ ସହ ପେଟ ଯନ୍ତ୍ରଣା ଭୋଗ କରୁଥିବା କାରଣରୁ ଭୋପାଳରୁ ମୁମ୍ବାଇ ଆସିବାକୁ ସମର୍ଥ ହୋଇପାରିଲେ ନାହିଁ। ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଦାଲତ ତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ ତାଙ୍କ ଓକିଲ ଅଦାଲତଙ୍କୁ ନିବେଦନ କରିଥିଲେ।

ହେଲେ, ଏନ୍‌ଆଇଏ ଅଦାଲତର ବିଚାରପତି ଅଭିଯୁକ୍ତ ପ୍ରଜ୍ଞା ଠାରୁକଙ୍କ ଓକିଲଙ୍କ ନିବେଦନକୁ ପ୍ରତ୍ୟାଖାନ କରିଦେବା ସହ କହିଛନ୍ତି ଯେ ଅଦାଲତଙ୍କ ପୂର୍ବ ଆଦେଶ ମୁତାବକ ଯଦି ସେ ଆସନ୍ତାକାଲି (ଶୁକ୍ରବାର) ଅଦାଲତରେ ହାଜର ନ ହୁଅନ୍ତି, ତେବେ ଏଥିପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଚରମ ପରିଣତି ଭୋଗ କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ।

News Nation

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ମୁମ୍ବାଇ ମାଲେଗାଓଁ ବିସ୍ଫୋରଣ ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ପ୍ରଜ୍ଞା ଠାକୁରଙ୍କୁ ପତ୍ର ସପ୍ତାହରେ ଆସି ମୁମ୍ବାଇ ଏନ୍‌ଆଇଏ ଅଦାଲତରେ ହାଜିରା ଦେବାର ସର୍ତ୍ତ ସହ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଏନ୍‌ଆଇଏ ଅଦାଲତ।

ସମ୍ବନ୍ଧିତ ଖବର