ପୁଣି ଗଡସେଙ୍କୁ ଦେଶଭକ୍ତ କହିଲେ ସାଂସଦ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ସଂସଦରେ ନାଥୁରମ ଗଡସେଙ୍କୁ ଦେଶ ଭକ୍ତ ବୋଲି କହିଛନ୍ତି | ବୁଧବାର ଲୋକସଭାରେ ଏକ ବିତର୍କ ସମୟରେ ପ୍ରଜ୍ଞା ଠାକୁର ଏ ବାବଦରେ କହିଥିଲେ | ଲୋକସଭାରେ ଏସପିଜି ସଂଶୋଧନ ବିଲ ସମୟରେ ଡ଼ିଏମକେ ସାଂସଦ ଏ ରାଜା ନିଜ ରାୟ ରଖିଥିଲେ | ଏ ରାଜା ଗଡସେଙ୍କ ଏକ ବେଣକୁ ଆଧାର କରି କହିଥିଲେ ଯେ ଗଡସେ କାହିଁକି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ | ଯେତେବେଳେ ଏ ରାଜା କହୁଥିଲେ ସେହି ସମୟରେ ପ୍ରଜ୍ଞା ଠାକୁର ବିତର୍କ ମଝିରେ କହିଥିଲେ ଯେ ଆପଣ ଜଣେ ଦେଶ ଭକ୍ତଙ୍କ ଉଦାହରଣ ଦେଇପାରିବେ ନାହିଁ |

ତାଙ୍କ ବୟାନ ପରେ ଲୋକସଭାରେ ହଂଗାମା ଦେଖିବାକୁ ମିଳିଥିଲା | ତେବେ ପ୍ରଜ୍ଞାଙ୍କ ବୟାନକୁ ଲୋକସଭା ରେକର୍ଡରୁ ହଟାଇ ଦିଆଯାଇଥିଲା | ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ବୟାନ ପରେ ପ୍ରଜ୍ଞାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ବିଜେପିର ଶୀର୍ଷ ନେତୃତ୍ୱ ବିଚାର କରୁଛନ୍ତି |

ଏଠାରେ ସୂଚନା ଥାଉ କି ଏହା ପ୍ରଥମ ଥର ପାଇଁ ନୁହେଁ | ପୂର୍ବରୁ ମେ ମାସରେ ନାଥୁରାମ ଗଡସେଙ୍କୁ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରପନ୍ଥୀ ବୋଲି ଅଭିନେତା ତଥା ଏମ୍‌ଏନ୍‌ଏମ୍‌ ମୁଖ୍ୟ କମଲ ହାସନ ଦେଇଥିବା ବୟାନଙ୍କୁ ବିରୋଧ କରି ପ୍ରଜ୍ଞା ଗଡସେଙ୍କୁ ଦେଶଭକ୍ତ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର