ନୂଆଦିଲ୍ଲୀ: ମାଲେଗାଓଁ ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ, ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ଠାକୁର ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ଅନ୍ୟ ହିନ୍ଦୁବାଦୀ ନେତାମାନଙ୍କୁ ଆତଙ୍କବାଦ ମାମଲାରେ ଫସାଇବାକୁ ଷଡ଼ଯନ୍ତ୍ର ହୋଇଥିଲା । ଏହି ନେତାମାନଙ୍କ ନାମ ନେବା ପାଇଁ ତଦନ୍ତକାରୀ ଅଧିକାରୀମାନେ ତାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି।

Advertisment

ଗତ  ଗୁରୁବାର ଏନଆଇଏ ସ୍ୱତନ୍ତ୍ର କୋର୍ଟ ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ କହିଛନ୍ତି ଯେ ସେମାନଙ୍କୁ (ଅଭିଯୁକ୍ତମାନଙ୍କୁ) ଦୋଷୀ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ଏହି ମାମଲାରେ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଥିଲା, କିନ୍ତୁ କେବଳ ସାତ ଜଣଙ୍କୁ ବିଚାର କରାଯାଇଥିଲା, କାରଣ ଅଭିଯୋଗ ଫର୍ଦ୍ଦ ଦାଖଲ ସମୟରେ ବାକି ସାତ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।