ନୂଆଦିଲ୍ଲୀ: କାଠମାଣ୍ଡୁର ଏକ ନାଇଟକ୍ଲବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ନେଇ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ସମାଲୋଚନା କରିଥିଲା ବିଜେପି। ଏବେ ବିଜେପିର ଏଭଳି ସମାଲୋଚନାର ଜବାବ ଦେଇଛି କଂଗ୍ରେସ। ରାଜ୍ୟସଭା ସାଂସଦ ପ୍ରକାଶ ଜାଭଡେକରଙ୍କ ଏକ ଫଟୋ ଟ୍ବିଟ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ ସେୟାର କରିଥିବା ଫଟୋରେ ପ୍ରକାଶ ଜାଭଡେକର ଏକ ସାମ୍ପେନ ବୋତଲ ଖୋଲୁଥିବାର ନଜର ଆସୁଛନ୍ତି।
पहचान कौन? pic.twitter.com/2npLORr5yQ
— Srinivas BV (@srinivasiyc) May 3, 2022
ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଭିଡିଓ କ୍ଲିପ୍କୁ ସେୟାର୍ କରି ‘ବିଜେପି’ ଆଇ-ଟି-ଇନ୍-ଚାର୍ଜ ଅମିତ ମାଲବିୟ ଟୁଇଟ୍ କରିଥିଲେ: ମୁମ୍ବାଇ ସମାଲୋଚନାର ଶିକାର ହୋଇଥିବା ବେଳେ ରାହୁଲ୍ ଗାନ୍ଧୀ ନାଇଟ୍କ୍ଲବ୍ରେ ଥିଲେ। ତାଙ୍କ ଦଳ ବିଷମ ପରିସ୍ଥିତିରେ ଥିବା ବେଳେ ସେ ଥିଲେ ନାଇଟ୍କ୍ଲବ୍ରେ। ସେ ଅବିଚଳିତ। କୌତୁହଳର କଥା ବାହାରୁ ଅଧ୍ୟକ୍ଷ ଗ୍ରହଣ କରିବାକୁ କଂଗ୍ରେସ ଅଗ୍ରାହ୍ୟ କରିଦେବା ମାତ୍ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ଆଲୋଚନା ଆରମ୍ଭ ହୋଇଥିଲା।
ଏହାର ଜବାବରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ରାହୁଲ୍ ଗାନ୍ଧୀ କାଠମାଣ୍ଡୁରେ ଜଣେ ବନ୍ଧୁଙ୍କ ବିବାହ ଅନୁଷ୍ଠାନରେ ଯୋଗ ଦେଇଥିଲେ। ଅକାରଣରେ ରାହୁଲ୍ଙ୍କ ସାଙ୍ଗରେ ନ ଲାଗି ‘ବିଜେପି’ ଗୁରୁତ୍ବପୂର୍ଣ୍ଣ ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଉ। ଜଣେ ବନ୍ଧୁଙ୍କ ବାହାଘର ପାଇଁ ରାହୁଲ୍ ଗାନ୍ଧୀ କାଠମାଣ୍ଡୁ ଯାଇଥିଲେ। ତାହା ଥିଲା ତାଙ୍କର ବ୍ୟକ୍ତିଗତ ଗସ୍ତ। ‘ବିଜେପି’ ବିଜୁଳି ସଙ୍କଟ, ମୁଦ୍ରାସ୍ଫୀତି ସଂକ୍ରାନ୍ତ ପ୍ରଶ୍ନର ଜବାବ ନ ଦେଇ ରାହୁଲ୍ ଗାନ୍ଧୀଙ୍କ ସାଙ୍ଗରେ ଲାଗିଛି କାହିଁକି? ଏ ଦେଶରେ ପରିବାର ରହିବା ଅର୍ଥ ବିବାହ, ନିର୍ବନ୍ଧ ଭଳି ଅନୁଷ୍ଠାନରେ ଯୋଗ ଦେବା ଆମ ସଂସ୍କୃତି ଓ ସଭ୍ୟତାର କଥା। ବିବାହ କରିବା, କାହାର ସାଙ୍ଗ ହେବା ଅଥବା ସେମାନଙ୍କର ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ଏ ପର୍ଯ୍ୟନ୍ତ ଏ ଦେଶରେ ଅପରାଧ ଭାବେ ବିବେଚନା କରାଯାଇନାହିଁ।
ମୋଦୀଙ୍କୁ ବିଦ୍ରୂପ କରି ସୂର୍ଯେୱାଲା କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ଯିବା ଭଳି ରାହୁଲ୍ ଗାନ୍ଧୀ ଅନିମନ୍ତ୍ରିତ ଅତିଥି ହୋଇ ଯାଇ ନାହାନ୍ତି। ଜଣେ ବନ୍ଧୁଙ୍କର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ରାହୁଲ୍ ଗାନ୍ଧୀ ବନ୍ଧୁଭାବାପନ୍ନ ରାଷ୍ଟ୍ର ନେପାଳକୁ ଯାଇଥିଲେ।