ନୂଆଦିଲ୍ଲୀ: ରବିବାର ଗଣମାଧ୍ୟମ ଏବଂ ଚଳଚ୍ଚିତ୍ର ଶିଳ୍ପ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍(ଏସଓପି)ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏସଓପି ଅଣାଯାଇଛି ବୋଲି ଘୋଷଣା କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର | ଧାରାବାହିକ ଏବଂ ଚଳଚ୍ଚିତ୍ରର ସୁଟିଂ ସମୟରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି |
ଜାଭେଦକର କହିଛନ୍ତି ଯେ, ବର୍ତ୍ତମାନ ଫିଲ୍ମ ଏବଂ ଟିଭି ଧାରାବାହିକ କାମ ଆରମ୍ଭ ହୋଇପାରିବ। ଏଥିପାଇଁ, ଏହି ଶିଳ୍ପରେ ନିୟୋଜିତ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ଏବଂ ମାସ୍କ ପିନ୍ଧିବାକୁ ହେବ | କେବଳ ଯେଉଁମାନେ କ୍ୟାମେରା ଆଗରେ ଅଛନ୍ତି କିମ୍ବା ଯାହାର ସୁଟିଂ ଚାଲିଛି, ସେମାନଙ୍କୁ ଏଥିରୁ ମୁକ୍ତ କରାଯିବ | ଏହା ସହ ମେକ୍ଅପ ଆର୍ଟିଷ୍ଟ ଏବଂ ହେୟାର ଷ୍ଟାଇଲିଷ୍ଟମାନଙ୍କୁ ପିପିଇ କିଟ୍ ପିନ୍ଧିବାକୁ ପଡ଼ିବା ସହ ସାମାଜିତ ଦୂରତା ଅବଲମ୍ବନ କରିବାକୁ ପଡ଼ିବ।
/sambad/media/post_attachments/b5dea203cb415cb5888a09acde99e7c90d944504950dabb609bc36781939b65d.png)
ଏହା ସହ ଧାରାବାହିକର ସୁଟିଂ କାର୍ଯ୍ୟ ପୁନଃ ଆରମ୍ଭ କରିବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏକ ବିସ୍ତୃତ ଏସଓପି ଜାରି କରିଛି। ସଂକ୍ରମଣକୁ ରୋକିବା ପାଇଁ ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ୍ ସ୍କ୍ରିନିଂ, ଫେସ୍ କଭର / ମାସ୍କର ବ୍ୟବହାର ଏବଂ ୬ ଫୁଟର ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଏସଓପିରେ କୁହାଯାଇଛି। ସ୍ୱାସ୍ଥ୍ୟ ଏବଂ ଗୃହ ମନ୍ତ୍ରାଳୟର ପରାମର୍ଶ ପରେ ଏହି ଏସଓପି ଚୂଡାନ୍ତ ହୋଇଛି ବୋଲି ପ୍ରକାଶ ଜାଭେଦକର କହିଛନ୍ତି।