ନୂଆଦିଲ୍ଲୀ: ଦିନେ ନିଜ ଝିଅର ବିବାହରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଶିଳ୍ପପତି ଏବେ ଦେବାଳିଆ ଅବସ୍ଥାକୁ ଆସିଯାଇଛନ୍ତି | ବିଭିନ୍ନ ବ୍ୟାଙ୍କରୁ ଋଣଗ୍ରସ୍ତ ହୋଇଥିବାରୁ ଏବେ ତାଙ୍କୁ ଦେବାଳିଆ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି | ଏହି ବ୍ୟବସାୟୀ ଜଣକ ହେଉଛନ୍ତି ପ୍ରମୋଦ ମିତ୍ତଲ | ଲଣ୍ଡନରେ ରହୁଥିବା ଏହି ଭାରତୀୟ ବ୍ୟବସାୟୀ ଏକଥାକୁ ନିଜେ ସ୍ୱୀକାର କରିଛନ୍ତି | ୬୪ ବର୍ଷୀୟ ପ୍ରମୋଦ ମିତ୍ତଲ କହିଛନ୍ତି ଯେ ଆର୍ଥିକ ଚୁକ୍ତିନାମା ଦ୍ୱାରା ସେ ତାଙ୍କର ସମସ୍ତ ସମ୍ପତ୍ତି ହରାଇଛନ୍ତି | ଯାହା ପରେ ତାଙ୍କର ବ୍ୟକ୍ତିଗତ ଆୟର କୌଣସି ମାଧ୍ୟମ ନାହିଁ। ଦିନେ ମାତ୍ର ୪୩୦୦ ଟଙ୍କାରେ ଦିଲ୍ଲୀ ନିକଟରେ କିଣିଥିବା ଏକ ଜମିକୁ ଛାଡିଦେଲେ ଆଉ କିଛି ନାହିଁ | ପ୍ରମୋଦ ହେଉଛନ୍ତି ଜଣାଶୁଣା ଷ୍ଟିଲ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କ ସାନଭାଇ |ପ୍ରମୋଦ ମିତ୍ତଲ କହିଛନ୍ତି ଯେ ତାଙ୍କ ପାଖରେ ବର୍ତ୍ତମାନ ସମୁଦାୟ ଦେଢ଼ କୋଟି ଟଙ୍କା ହିଁ ରହିଛି |

Advertisment

କିଭଳି ହେଲା ଏଭଳି ଅବସ୍ଥା?
ପ୍ରକୃତରେ ବର୍ତ୍ତମାନ ଅବସ୍ଥା ପାଇଁ ସେ ୧୪ ବର୍ଷ ପୁରୁଣା ଘଟଣାକୁ ଦାୟୀ କରିଛନ୍ତି | ୧୪ ବର୍ଷ ତଳେ ବ୍ରିଟେନର କିଛି ବ୍ୟାଙ୍କରୁ ଋଣ ନିଆଯାଇଥିବା ବେଳେ ପ୍ରମୋଦ ଏହାର ଗ୍ୟାରେଂଟର ରହିଥିଲେ | ଏକ ଠକେଇ ମାମଲାରେ ଫସିବା ପରେ ପ୍ରମୋଦ ଏହି ଋଣ ଶୁଝିପାରିନଥିଲେ | ସେହି ସମୟରେ ବଡ ଭାଇ ଲକ୍ଷ୍ମୀ ମିତ୍ତଲ ଦୁଇଥର ଜାମିନ ଅର୍ଥ ଦେଇ ପ୍ରମୋଦଙ୍କ ବିରୋଧରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନରୁ ବଞ୍ଚାଇଥିଲେ | ଗତ ବର୍ଷ ପ୍ରମୋଦଙ୍କ ବଡ ଭାଇ ଲକ୍ଷ୍ମୀ ମିତ୍ତଲ ପ୍ରାୟ ୯୨ କୋଟି ଟଙ୍କା ଜରିମାନା ରାଶି ଦେଇ ତାଙ୍କୁ ମୁକୁଳାଇଥିଲେ | ଏଠାରେ ସୂଚନା ଥାଉ କି ଆର୍ସେଲର ମିତ୍ତଲ ହେଉଛି ଦୁନିଆର ସବୁଠାରୁ ବଡ ଷ୍ଟିଲ କମ୍ପାନୀ | ଏହି କମ୍ପାନୀର ବ୍ୟବସାୟ ୮୪ ହଜାର ୬୦୦ କୋଟି ଟଙ୍କା ହୋଇଥିବାବେଳେ ପ୍ରମୋଦଙ୍କର ଏହି କମ୍ପାନୀରେ ୨୮,୨୦୦ କୋଟି ଟଙ୍କାର ଭାଗ ରହିଛି |