ଦେଶର ବିବେକକୁ ଆଘାତ ଲାଗିଛି: ପ୍ରଣବ

ନୂଆଦିଲ୍ଲୀ : ପୂର୍ବ ଲଦାଖ୍‌ର ଗଲ୍‌ୱାନ୍‌ ଘାଟିରେ ଚୀନ୍‌ ସେନା ସହ ଯେଉଁ ସଂଘର୍ଷ ହୋଇଛି ତାହା ଖୁବ୍‌ ଚିନ୍ତାଜନକ। ଏଲ୍‌ଏସିରେ ଯେଉଁ ସ୍ଥିତି ଲାଗି ରହିଛି ତାହା କେବଳ ଭାରତର ଜାତୀୟ ରଣନୀତିକ ସ୍ବାର୍ଥ ପାଇଁ ଚିନ୍ତାଜନକ ନୁହେଁ ବରଂ ଦୂରଗାମୀ ବୈଶ୍ବିକ ଭୌଗୋଳିକ ଏବଂ ରାଜନୈତିକ ପ୍ରଭାବ ପାଇଁ ମଧ୍ୟ ଘୋର ଚିନ୍ତାର ବିଷୟ। ଏବେ ଯେଉଁ ସ୍ଥିତି ସୃଷ୍ଟିହେଲା ତାହାଦ୍ବାରା ଦେଶର ବିବେକକୁ ଆଘାତ ଲାଗିଛି ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ପ୍ରଣବ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ରାଜ‌ନୈତିକ ଦୃଷ୍ଟିରୁ ଦ୍ବିପାକ୍ଷିକ ସହମତି ଆବଶ୍ୟକ ରହିଛି। ସେ କହିଛନ୍ତି, ଆମ ସାର୍ବଭୌମତ୍ବ ଏବଂ ଅଖଣ୍ଡତାକୁ ସୁରକ୍ଷା ଦେଉଥିବା ବୀର ଯବାନମାନେ ଯେଉଁ ସେବା ପ୍ରଦାନ କରିଛନ୍ତି ତା’ ତୁଳନାରେ ଭାରତରେ ଅନ୍ୟ କୌଣସି ସେବା ଶ୍ରେଷ୍ଠ ନୁହେଁ। ଉଲ୍ଲେଖଯୋଗ୍ୟ ମେ’ ୨୨, ୨୦୦୪ରୁ ଅକ୍ଟୋବର ୨୬, ୨୦୦୬ ପର୍ଯ୍ୟନ୍ତ ପ୍ରଣବ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ।

ସମ୍ବନ୍ଧିତ ଖବର