ନୂଆଦିଲ୍ଲୀ : ଆସନ୍ତା ୧୩ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇଫତାର ପାର୍ଟିର ଆୟୋଜନ କରିଥିବା ବେଳେ ଏଥିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆମନ୍ତ୍ରଣ କରାଯାଇ ନଥିବା ନେଇ ଖବର ପ୍ରସାରିତ ହୋଇଥିଲା। ତେବେ ପ୍ରଣବଙ୍କୁ ଏହି ପାର୍ଟିରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି ଏବଂ ସେ ଆସିବାକୁ ମଧ୍ୟ ରାଜି ହୋଇଛନ୍ତି ବୋଲି ଆଜି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ଟ୍ଵିଟ କରି କହିଛନ୍ତି। ସୋନିଆ ଗାନ୍ଧୀଙ୍କ ଦ୍ୱାରା ଆୟୋଜିତ ବିଗତ ଇଫତାର ପାର୍ଟିରେ ମଧ୍ୟ ସେ ଯୋଗ ଦେଇଥିଲେ ବୋଲି ସୁରଜେଓ୍ଵାଲା କହିଛନ୍ତି।
କଂଗ୍ରେସ ଇଫତାର ପାର୍ଟିରେ ଯୋଗଦେବେ ପ୍ରଣବ
/sambad/media/post_attachments/wp-content/uploads/2018/06/pranab-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)