ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ଏକ ପୃଥକ ସ୍ମାରକୀ ସ୍ଥାନ ଦାବି କରିଥିବା କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ତାଙ୍କ ପିତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ପାଇଁ ଏହି ଦଳ କାର୍ଯ୍ୟକାରିଣୀ କମିଟି ବୈଠକ ବି ଡାକି ନ ଥିଲା। ଶର୍ମିଷ୍ଠା କହିଛନ୍ତି, ବାବାଙ୍କ ଦେହାନ୍ତ ପରେ କଂଗ୍ରେସ ସିଡବ୍ଲୁସିକୁ ଶୋକସଭା ପାଇଁ ଡାକିବାକୁ ମଧ୍ୟ ପସନ୍ଦ କରି ନ ଥିଲା। ଜଣେ ବରିଷ୍ଠ ନେତା ତାଙ୍କୁ କହିଲେ ଯେ ଏହା ପୂର୍ବତନ ରାଷ୍ଟ୍ରପତିଙ୍କ ପାଇଁ କରାଯିବାର ପରମ୍ପରା ନାହିଁ। କିନ୍ତୁ ଏହା ସମ୍ପୂର୍ଣ୍ଣ ଅସତ୍ୟ ବୋଲି ଶର୍ମିଷ୍ଠା କହିଛନ୍ତି। ସେ ଆହୁରି ପ୍ରକାଶ କରିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି କେଆର୍ ନାରାୟଣନଙ୍କ ମୃତ୍ୟୁ ପରେ ପ୍ରଣବ ମୁଖାର୍ଜୀ ନିଜେ ଶୋକବାର୍ତ୍ତା ପ୍ରସ୍ତୁତ କରିବା ପରେ ଏଭଳି ଏକ ବୈଠକ ଡକାଯାଇଥିଲା। ତାଙ୍କ ପିତାଙ୍କ ଡାଏରିରେ ଏହା ଉଲ୍ଲେଖ ରହିଛି।
ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏକ ଅଲଗା ସ୍ମାରକୀ ସ୍ଥାନ ପାଇବାକୁ ଯୋଗ୍ୟ ବୋଲି କହିଛନ୍ତି ଶିର୍ମଷ୍ଠା। ସେ କହିଛନ୍ତି, ଡକ୍ଟର ସିଂହଙ୍କ ସ୍ମାରକୀ ଏକ ମହାନ ଚିନ୍ତାଧାରା। ସେ ଏଥିପାଇଁ ଯୋଗ୍ୟ ଏବଂ ସେ ଭାରତ ରତ୍ନ ପାଇବାକୁ ଯୋଗ୍ୟ, ଯାହା ବାବା ରାଷ୍ଟ୍ରପତି ଭାବରେ ତାଙ୍କୁ ପ୍ରଦାନ କରିବାକୁ ଚାହୁଥିଲେ। କିନ୍ତୁ ଏହା ସମ୍ଭବତଃ ଦୁଇଟି କାରଣରୁ ହୋଇପାରିଲା ନାହିଁ, ଯାହା କୁହାଯିବାର ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ, ଗତରାତିରେ ହୋଇଥିବା ଏକ ଘଟଣାକ୍ରମରେ କେନ୍ଦ୍ର ସରକାର ଅଚଳାବସ୍ଥା ଭାଙ୍ଗି ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ଏକ ପୃଥକ୍ ସ୍ଥାନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/29/4Ft3hj7vrCBRdmNBBNBV.jpg)