ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍ ରେଫରାଲ ହସ୍ପିଟାଲ୍ରେ ଭେଣ୍ଟିଲେଟର ସହାୟତାରେ ଥିବା ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥାବସ୍ଥାରେ ଆହୁରି ଅବନତି ଘଟିଛି। ତାଙ୍କ ଫୁସ୍ଫୁସ୍ରେ ସଂକ୍ରମଣ ହୋଇଥିବାର ଲକ୍ଷଣ ଦେଖାଦେଇଛି ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ସେ ପୂର୍ବପରି ଭେଣ୍ଟିଲେଟରରେ ରହିବା ସହ ଦଳେ ବିଶେଷଜ୍ଞ ଡାକ୍ତର ନିରନ୍ତର ନିରୀକ୍ଷଣ କରୁଛନ୍ତି। ଅପରପକ୍ଷେ, ତାଙ୍କ ବାପାଙ୍କର ଉନ୍ନତି ପରିଲକ୍ଷିତ ହେଉଥିବା ଜଣାପଡୁଛି ବୋଲି ତାଙ୍କ ପୁଅ ତଥା ପ୍ରାକ୍ତନ ସାଂସଦ ଅଭିଜିତ୍ ମୁଖାର୍ଜୀ କହିଛନ୍ତି। ତାଙ୍କର ଗୁରୁତ୍ବପୂର୍ଣ୍ଣ ଶାରୀରିକ ଲକ୍ଷଣଗୁଡ଼ିକ ସ୍ଥିର ତଥା ନିୟନ୍ତ୍ରଣାଧୀନ ରହିଛି ବୋଲି ଅଭିଜିତ୍ ଜଣାଇବା ସହ ପିତାଙ୍କର ଆରୋଗ୍ୟ ଲାଭ ପାଇଁ ଅନ୍ୟମାନେ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ସୂଚନା ଥାଉ କି, ଗତ ୯ ତାରିଖ ସକାଳେ ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ ନୂଆଦିଲ୍ଲୀର ରାଜାଜୀମାର୍ଗ ସ୍ଥିତ ବାସଭବନରେ ବୁଲୁଥିବା ବେଳେ ତଳେ ଖସି ପଡ଼ିବାରୁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା। ମସ୍ତିଷ୍କରୁ ଉକ୍ତ ରକ୍ତପିଣ୍ଡୁଳାକୁ ବାହାର କରିବା ଲାଗି ସେ ଗତ ସୋମବାର ଅସ୍ତ୍ରୋପଚାର ପାଇଁ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ପରୀକ୍ଷା ନିରୀକ୍ଷା ବେଳେ ସେ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ସେବେଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବା ସହ ସେ କୋମାକୁ ଚାଲି ଆସିଛନ୍ତି।
ପ୍ରଣବ ମୁଖାର୍ଜୀଙ୍କ ଫୁସ୍ଫୁସ୍ରେ ସଂକ୍ରମଣ
/sambad/media/post_attachments/wp-content/uploads/2020/08/pranab-mukherjee-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)