ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗତକାଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ବୋଧନ ଦେବାର ପରଦିନ ତାଙ୍କ ବିବାଦୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପ୍ରଣବ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ସଂଘର ଟୋପି ପିନ୍ଧି ନଥିଲେ କିମ୍ବା ଆରଏସଏସ ଢାଞ୍ଚାରେ ସାଲ୍ୟୁଟ ବା ଅଭିବାଦନ ଗ୍ରହଣ କରି ନଥିଲେ। କିନ୍ତୁ ଭାଇରାଲ ହୋଇଥିବା ଫଟୋରେ ପ୍ରଣବ ଆରଏସ୍ଏସ୍ ଟୋପି ପିନ୍ଧିଥିବା ସହ ଆରଏସ୍ଏସ୍ ଢାଞ୍ଚାରେ ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ଏହି ନକଲି ଫଟୋକୁ ନେଇ ଦେଶରେ ଚର୍ଚ୍ଚା ଏବଂ ବିବାଦ ଆରମ୍ଭ ହୋଇଯାଇଛି। ପ୍ରଣବଙ୍କ ଝିଅ ତଥା ଦିଲ୍ଲୀ କଂଗ୍ରେସର ପ୍ରବକ୍ତା ଶର୍ମିଷ୍ଠା ମୁଖାର୍ଜୀ ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଠିକ୍ ଏହା ହିଁ ଆଶଙ୍କା କରୁଥିଲି ଏବଂ ବାପାଙ୍କୁ ଏ ନେଇ ସତର୍କ କରାଇ ଦେଇଥିଲି। ଅଳ୍ପ କିଛି ଘଣ୍ଟା ଅତିକ୍ରମ ହୋଇ ନଥିଲେ ମଧ୍ୟ ବିଜେପି/ଆରଏସଏସର ହୀନ ଚକ୍ରାନ୍ତ ଗୋଷ୍ଠୀ ଏଭଳି କାର୍ଯ୍ୟ କରିବା ଆରମ୍ଭ କରିଦେଇଛି ବୋଲି ଶର୍ମିଷ୍ଠା କହିଛନ୍ତି। ତେବେ କୌଣସି ବିଭାଜନକାରୀ ରାଜନୈତିକ ଗୋଷ୍ଠୀ ଏଭଳି କରିଥିବା ଆରଏସ୍ଏସ ଅଭିଯୋଗ କରିଛି।
ପ୍ରଣବଙ୍କ ନକଲି ଫଟୋ ଭାଇରାଲ୍
/sambad/media/post_attachments/wp-content/uploads/2018/06/pranab-duplicate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)