ନୂଆଦିଲ୍ଲୀ : ଓଡ଼ିଶାରେ ‘ପ୍ରସାଦ ଯୋଜନା’ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଅଗ୍ରଗତି ୧୦ ପ୍ରତିଶତରୁ କମ୍ ରହିଛି। ଏ ବାବଦରେ ରାଜ୍ୟ ସରକାରଙ୍କ ଠାରୁ ବିନିଯୋଗ ପ୍ରମାଣପତ୍ର ମିଳିନାହିଁ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁବାସ ଚନ୍ଦ୍ର ସିଂହଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି।

Advertisment

ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଆଧାରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ମାର୍ଚ ୨୦୧୫ରେ ୫୦ କୋଟି ଟଙ୍କା ମଂଜୁରି ସହ ୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପୁରୀରେ ପର୍ଯ୍ୟଟନ ସୁବିଧା କେନ୍ଦ୍ରର ବିକାଶ, ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ଓ ଆମ୍ପିଥିଏଟର୍‌ ବିକାଶ, ଶ୍ରୀଜଗନ୍ନାଥ ଧାମ ଗୁଣ୍ଡିଚା ମନ୍ଦିର, ରାମଚଣ୍ଡୀ ମନ୍ଦିର, ପ୍ରାଚୀ ନଦୀ ସମ୍ମୁଖ ଏବଂ ମା’ ମଙ୍ଗଳା ମନ୍ଦିରର ବିକାଶ କାର୍ଯ୍ୟ ଯୋଜନାରେ ସାମିଲ ଥିବା କେନ୍ଦ୍ର ମନ୍ତ୍ରୀ ଉତ୍ତରରେ କହିଛନ୍ତି।