ପ୍ରସନ୍ନ ଆଚାର୍ଯ୍ୟ ପିଟିସନ୍ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ : ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କେୟା ନାଇଡୁଙ୍କ ଦ୍ୱାରା ଆଜି ପୁର୍ନଗଠନ କରାଯାଇଥିବା ୧୦ ଜଣିଆ ପିଟିସନ୍‌ କମିଟିର ଅଧ୍ୟକ୍ଷ ରୂପେ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଛି। ଏହି କମିଟିରେ ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି ବିଜେପିର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ। ସେହିଭଳି ରାଜ୍ୟସଭାର ଅଧ୍ୟକ୍ଷ ଏମ୍. ଭେଙ୍କେୟା ନାଇଡୁଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ ରୁଲ୍ସ କମିଟିରେ ସଦସ୍ୟ ରୂପେ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ମନୋନୀତ ହୋଇଛନ୍ତି। ଉପାଧ୍ୟକ୍ଷ ହରିବଂଶଙ୍କ ଅଧ୍ୟକ୍ଷତାରେ ଗଠିତ ୧୦ ଜଣିଆ ପ୍ରିଭିଲେଜ୍ କମିଟିରେ ବିଜେଡି ସାଂସଦ ସୁଜିତ କୁମାର ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ପ୍ରତାପ ସିଂହ ବାଜ୍‌ୱାଙ୍କ ଅଧ୍ୟକ୍ଷତାରେ ଗଠିତ ୧୩ ଜଣିଆ ସବ୍‌ଅର୍ଡିନେଟ୍ ଲେଜିସ୍‌ଲେସନ୍ କମିଟିରେ ବିଜେଡି ସାଂସଦ ଅମର ପଟ୍ଟନାୟକ ସଦସ୍ୟ ରୂପେ ସ୍ଥାନ ମଧ୍ୟ ପାଇଛନ୍ତି।

ସମ୍ବନ୍ଧିତ ଖବର