ନୂଆଦିଲ୍ଲୀ : ବୁର୍ଲା ସ୍ଥିତ ଭିମ୍ସାରରେ ସିକଲ ସେଲ୍ ସଂସ୍ଥାନ ସ୍ଥାପନା କରିବା ପାଇଁ ଆଜି ରାଜ୍ୟସଭାରେ ବିଡେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି। ସ୍ବତନ୍ତ୍ର ଦୃଷ୍ଟିଆକର୍ଷଣ ଜରିଆରେ ସେ ରାଜ୍ୟସଭାରେ ସିକଲ ସେଲ୍ ଭଳି ମାରାତ୍ମକ ରୋଗ ଉପରେ ଆଲୋକପାତ କରିଥିଲେ। ପଶ୍ଚିମ ଓଡ଼ିଶା ତଥା ଛତିଶଗଡ଼ର ପୂର୍ବ ଜିଲ୍ଲାମାନଙ୍କରେ ସିକଲ ସେଲ୍ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ରୂପ ନେଉଛି ବୋଲି ସେ କହିଥିଲେ। ସାଂସଦ ଶ୍ରୀ ଆଚାର୍ଯ୍ୟ ଆଦିବାସୀ ଓ ପଛୁଆ ସମ୍ପ୍ରଦାୟରେ ସିକଲ ସେଲ୍ ରୋଗ ଅଧିକ ମାତ୍ରାରେ ରହିଥିବା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ, ଏହି ରୋଗର ଉତ୍ତମ ପରିଚାଳନା ଓ ଚିକିତ୍ସା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ରହିଥିବା ବେଳେ ବୁର୍ଲାସ୍ଥିତ ଭିମ୍ସାରରେ କେନ୍ଦ୍ର ପାଣ୍ଠି ଅନ୍ତର୍ଗତ ସିକଲ ସେଲ୍ ସଂସ୍ଥାନ ପ୍ରତିଷ୍ଠା ପାଇଁ ସେ ଦାବି କରିଥିଲେ।
ଭିମ୍ସାରରେ ସିକଲ୍ ସେଲ୍ ସ୍ଥାପନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାବି
/sambad/media/post_attachments/wp-content/uploads/2020/09/prasana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)