ରାଜ୍ୟସଭା ଅଧ୍ୟକ୍ଷଙ୍କ ବୈଠକରେ ଯୋଗଦେଲେ ପ୍ରସନ୍ନ

ନୂଆଦିଲ୍ଲୀ : ସୋମବାରରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଶନିବାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିଆନାଇଡୁ ରାଜ୍ୟସଭାର ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ସହିତ ବୈଠକ କରଛନ୍ତି। ବୈଠକରେ ରାଜ୍ୟସଭା ଅଧ୍ୟକ୍ଷ ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତ ଦଳର ନେତାମାନଙ୍କ ସହଯୋଗ ଲୋଡ଼ିଥିଲେ। ବୈଠକରେ ରାଜ୍ୟସଭା ବିଜୁ ଜନତା ଦଳ (ବିଜେଡି) ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ଦଳ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ।

ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ସରକାରଙ୍କ ଦ୍ବାରା ମୌସୁମୀ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାରିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତାକାଲି ସରକାରଙ୍କ ଦ୍ବାରା ସର୍ବଦଳୀୟ ବୈଠକ ଡକାଯାଇଥିବାବେଳେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଲୋକସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ସହିତ ଆଲୋଚନା କରିବେ।

ସମ୍ବନ୍ଧିତ ଖବର