ବାଲ୍‌ ବୀରଙ୍କ ସ୍ମାରକ ପ୍ରତିଷ୍ଠା ପାଇଁ ପ୍ରସନ୍ନଙ୍କ ଦାବି

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସରୁ ସାଧ‌ାରଣତନ୍ତ୍ର ଦିବସ ପାଳନ କରିବା ଏବଂ ଡିସେମ୍ବର ୧୬ କୁ ବୀର ବ‌ାଲ୍‌ ଦିବସ ପାଳନ କରିବା ଭଳି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସମର୍ଥନ କରିଛନ୍ତି। ଏହା ସହ ସେ ସହିଦ ବାଜି ରାଉତଙ୍କ ଭଳି ଦେଶର ଅନେକ ବାଲ ବୀରଙ୍କ ସୂଚନା ଏକତ୍ର କରି ସ୍ମାରକ ପ୍ରତିଷ୍ଠା କରିବା ସହ ସେମାନଙ୍କୁ ଇତିହାସ ପୃଷ୍ଠାରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ଆଚାର୍ଯ୍ୟ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଦେଶର ସଂଘୀୟ ବ୍ୟବସ୍ଥାକୁ ଧ୍ୟାନରେ ରଖି ଭାରତୀୟ ପ୍ରଶାସନିକ ସେବା ଡେପୁଟେସନ ନିୟମ ସଂଶୋଧନ ପ୍ରସ୍ତାବରୁ କେନ୍ଦ୍ର ସରକାର ନିବୃତ ରହିବା ପାଇଁ ପ୍ରସନ୍ନ ଦାବି କରିବା ସହ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର