ବିରୋଧୀ ଦଳଙ୍କୁ ଏକାଠି କରିବାକୁ ନୀତୀଶଙ୍କ ଉଦ୍ୟମ ବ୍ୟର୍ଥ ଯିବ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାକୁ ହଟାଇବାକୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କରୁଥିବା ଉଦ୍ୟମ ଦ୍ବାରା କୌଣସି ଲାଭ ହେବ ନାହିଁ । ମୋଦୀଙ୍କୁ ହଟାଇବାକୁ ହେଲେ ଏକ ଭରସାଯୋଗ୍ୟ ଚେହେରା ଆବଶ୍ୟକ ଓ ଏକ ଗଣ ଆନ୍ଦୋଳନ ଆବଶ୍ୟକ ବୋଲି କହିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ।

ସେ କହିଛନ୍ତି ଯେ ନିତିଶ ମାସେ ପୂର୍ବରେ ବିଜେପି ସହିତ ଥିଲେ, ଏବେ ବିଜେପିରୁ ବାହାରି ବିରୋଧୀ ଦଳଙ୍କ ମିଶି ମେଣ୍ଟ ଗଠନ କରିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ଏହା ଦ୍ବାରା କୌଣସି ଲାଭ ହେବ ନାହିଁ । ଏଥିପାଇଁ ଆମକୁ ଏକ ଭରସାଯୋଗ୍ୟ ତଥା ସମସ୍ତଙ୍କ ଗ୍ରହଣଯୋଗ୍ୟ ଚେହେରା ଓ ଏକ ଗଣ ଆନ୍ଦୋଳନ ଦରକାର ।

ସେ ବିଜେପି ସହ ସଂପର୍କ ରଖିଥିବା ନିତିଶ କରୁଥିବା ଅଭିଯୋଗ ସଂପର୍କରେ ପ୍ରଶାନ୍ତ କହିଛନ୍ତି ଯେ ନିତିଶଙ୍କ କଥାକୁ କେହି ଗୁରୁତ୍ବ ଦେଉନାହାନ୍ତି । କାରଣ ସେ ନିଜେ ମାସକ ପୂର୍ବରେ ବିଜେପିର ସହଯୋଗୀ ଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିହାରରେ ଆସନ୍ତା ବିଧାନସଭା ନିର୍ବାଚନ ବିଜେପି ବନାମ ମହାମେଣ୍ଟ ହେବ ନାହିଁ । କାରଣ ବିହାର ରାଜନୀତିରେ ଏବେ ଏକ ୧୮୦ ଡିଗ୍ରି ପରିବର୍ତ୍ତନ ଆସିଛି ଓ ଆଗକୁ ଆହୁରି ଅନେକ ସମୀକରଣ ଓ ପରିବର୍ତ୍ତନ ହେବାର ଅଛି ।

ସମ୍ବନ୍ଧିତ ଖବର