ଏହି ଚାରିଟି ଫଟୋ ପୋଷ୍ଟ କରି ନୀତୀଶଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର, ପରେ ଡିଲିଟ କଲେ ଟ୍ୱିଟ

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି | ସେ କିଛି ନ ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନୀତୀଶ କୁମାରଙ୍କ ଫଟୋ ସେୟାର କରିଛନ୍ତି। ସମସ୍ତ ଫଟୋରେ ବିହାର ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ହାତ ଯୋଡି ନମସ୍କାର କରୁଥିବାର ନଜର ଆସିଥିଲେ | ତେବେ କିଛି ସମୟ ପରେ ସେ ଟ୍ୱିଟ୍ ଡିଲିଟ କରିଦେଇଥିଲେ। ସୂଚନା ଥାଉ କି ଯେ ବୁଧବାର ଦିନ ନୀତୀଶ କୁମାର ତାଙ୍କ ପୂର୍ବତନ ସହକର୍ମୀ କିଶୋରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ କିଶୋର ଜଣେ ପ୍ରଚାର ବିଶେଷଜ୍ଞ | ସେ ଗୁପ୍ତ ଭାବରେ ବିଜେପିକୁ ନିର୍ବାଚନ ଜିତିବାରେ ସାହାଯ୍ୟ କରିବା କାମରେ ଲାଗିପଡିଛନ୍ତି |

ବିହାର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଅନ୍ୟ ରାଜନୈତିକ ଦଳଙ୍କ ସହ କାମ କରିବା ହେଉଛି ତାଙ୍କର ବ୍ୟବସାୟ। ବିହାରରେ ସେ କଣ କରିବେ ସେଥିପାଇଁ ଆମେ ଚିନ୍ତା କରୁନାହୁଁ। ୨୦୦୫ ମସିହାରୁ ସେ କରିଥିବା ‘ଏବିସି’ କୁ ସେ ଜାଣନ୍ତି କି?” ସେ କହିଛନ୍ତି, “ସେ ଯାହା କହୁଛନ୍ତି ଏହାର କୌଣସି ଅର୍ଥ ନାହିଁ, ବୋଧହୁଏ ସେ ବିଜେପି ସହ ରହିବାକୁ ଚାହୁଁଛନ୍ତି। ବୋଧହୁଏ ସେ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି।”

ଉଲ୍ଲେଖନୀୟ କଥା ହେଉଛି, ପ୍ରଶାନ୍ତ କିଶୋର କହିଥିଲେ ଯେ ନୀତୀଶ ମହାଗଠବନ୍ଧନରେ ଯୋଗ ଦେବା ଦ୍ୱାରା ରାଜ୍ୟରେ କିଛି ପ୍ରଭାବ ପଡିପାରେ କିନ୍ତୁ ଦେଶର ରାଜନୀତିରେ କୌଣସି ପ୍ରଭାବ ପଡିବ ନାହିଁ | ଆଉ କୁହାଯାଉଛି ଯେ ନୀତୀଶଙ୍କ ଏହି ବୟାନ ପରେ ତାଙ୍କୁ ଟାର୍ଗେଟ କରି କିଶୋର ଏହି ଫଟୋଗୁଡିକୁ ପୋଷ୍ଟ କରିଥିଲେ |

ସମ୍ବନ୍ଧିତ ଖବର