କୋଲକାତା : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ଆଡ଼କୁ ଆଗଉ ଥିବାବେଳେ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଦିଆଯ଼ାଉଛି ତେବେ ପ୍ରଶାନ୍ତ କିଶୋର ଆଜି ନିର୍ବାଚନ ରଣକୌଶଳ ପରିଚାଳନା କ୍ଷେତ୍ରରୁ ଅବସର ନେବା ବିଷୟ ଘୋଷଣା କରିଛନ୍ତି

Advertisment

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯ଼େ ଅବସର ନେବାକୁ ସେ ଗତ ବହୁଦିନ ଧରି ଚିନ୍ତା କରୁଥିଲେ, କିନ୍ତୁ ଏବେ ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ପରେ ଏହି ଅବସର ଆସିଛି ଏଣୁ ସେ ଅବସର ନେଇ ଜୀବନରେ ଆଉ କିଛି କରିବାକୁ ଯ଼ୋଜନା କରୁଛନ୍ତି ତାଙ୍କ ସହିତ ବହୁଦିନ ଧରି କାମ କରୁଥିବା ସହଯ଼ୋଗୀମାନଙ୍କୁ ଦାୟିତ୍ବ ହସ୍ତାନ୍ତର କରିବାକୁ ସେ ଚାହୁଁଛନ୍ତି

ଭାରତର ନିର୍ବାଚନ ଆୟୋଗକୁ ସେ ସମାଲୋଚନା କରି କହିଛନ୍ତି ଯ଼େ ଏହା ବିଜେପିର ଏକ ଶାଖା ଭଳି କାର୍ଯ଼୍ୟ କରୁଛି ଏପରି ପକ୍ଷପାତୀ ନିର୍ବାଚନ ଆୟୋଗ ଦେଖିନାହାନ୍ତି ବୋଲି ସେ କହିଛନ୍ତି ବିଜେପିକୁ ଜିତିବାକୁ ଆୟୋଗ ସବୁପ୍ରକାରର ଉଦ୍ୟମ କରିଥିଲା ବୋଲି ସେ ଅଭିଯ଼ୋଗ କରିଛନ୍ତି