ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ସରକାର ଗଠନ କରିବେ ବୋଲି ଜଣାଶୁଣା ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋର ଭବିଷ୍ୟବାଣୀ କରିଛନ୍ତି। କେବଳ ଏହାନୁହେଁ ମୋଦୀଙ୍କ ତୃତୀୟ ପର୍ଯ୍ୟାୟ ଶାସନକାଳରେ ୪ଟି ବଡ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ଆକଳନ କରିଛନ୍ତି। ପେଟ୍ରୋଲ, ଡିଜେଲକୁ ଜିଏସ୍ଟି ପରିସଭୁକ୍ତ କରିବା, ରାଜ୍ୟଗୁଡ଼ିକର ଆର୍ଥିକ ସ୍ବାଧୀନତା ଉପରେ ନିୟନ୍ତ୍ରଣ ରଖିବା ଏବଂ ସୀମା ସୁରକ୍ଷା ନେଇ ବ୍ୟାପକ ରଣନୀତି କାର୍ଯ୍ୟକାରୀ କରିବା ଏଥିରେ ଅନ୍ତର୍ଭୁକ୍ତ ରହିପାରେ ବୋଲି ପ୍ରଶାନ୍ତ କହିଛନ୍ତି। ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ସାକ୍ଷାତକାରରେ ପ୍ରଶାନ୍ତ କହିଛନ୍ତି ଯେ ଗତ ୫-୬ ମାସ ମଧ୍ୟରେ ବିଜେପି ନିମନ୍ତେ ଦେଶର ରାଜନୈତିକ ସ୍ଥିତିର ବିଶେଷ ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ସ୍ଥିତିରେ ବିଜେପି ୨୭୦ରୁ କମ୍ ଆସନ ପାଇବ ନାହିଁ। ପୂର୍ବୋତ୍ତର ରାଜ୍ୟଗୁଡ଼ିକରୁ ୨୦ରୁ ୨୫ ଆସନ ଏଥିରେ ଯୋଡ଼ି ହେବ। ତେବେ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ଶାସନ କିଭଳି ଆରମ୍ଭ ହେବ ସେନେଇ ପ୍ରଶାନ୍ତ କହିଛନ୍ତି ଯେ ଏହା ଏକ ବଡ଼ ପଦକ୍ଷେପ ସହ ଆରମ୍ଭ ହେବ। ପେଟ୍ରୋଲିୟମ୍ ସାମଗ୍ରୀକୁ ଜିଏସ୍ଟି କ୍ଷେତ୍ରକୁ ଆଣିବା ସହ ରାଜ୍ୟଗୁଡ଼ିକର ଆର୍ଥିକ ସ୍ବାଧୀନତାକୁ ଏଫ୍ଆର୍ବିଏମ୍ (ବିତ୍ତୀୟ ଦାୟିତ୍ବ ଓ ବଜେଟ୍ ପରିଚାଳନା) ଆଇନ ଦ୍ବାରା ଅଧିକ ନିୟନ୍ତ୍ରିତ କରାଯିବ। ରାଜ୍ୟଗୁଡ଼ିକର ଋଣ କରିବା ଓ ସମ୍ବଳର ଆବଣ୍ଟନ ଉପରେ ଅଧିକ କଟକଣା ଜାରି କରାଯିବା ଅନୁମାନ କରାଯାଉଛି। ସେହିଭଳି ସୀମାପାର କୂଟନୈତିକ ସମ୍ପର୍କରେ ମଧ୍ୟ ବିଜେପି ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବ ବୋଲି ପ୍ରଶାନ୍ତ କହିଛନ୍ତି।
ପ୍ରଶାନ୍ତ କିଶୋରଙ୍କ ଅନୁମାନ: ମୋଦୀ ୩ .୦ ଶାସନରେ ବଡ଼ ପଦକ୍ଷେପ!
ସୀମା ସୁରକ୍ଷା, ଜିଏସ୍ଟି, ରାଜ୍ୟ ଅଧିକାର କ୍ଷେତ୍ରରେ ବଡ଼ ନିଷ୍ପତ୍ତି
/sambad/media/post_attachments/wp-content/uploads/2022/10/prasant-kishoref.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)