ନୀତୀଶଙ୍କୁ ପ୍ରଶାନ୍ତଙ୍କ କଟାକ୍ଷ: ନୀତୀଶ ଫେଭିକଲ୍‌ର ବ୍ରାଣ୍ଡ ଆମ୍ବାସଡର ହେବା ଉଚିତ

ମୁଖ୍ୟମନ୍ତ୍ରୀ ଆସନ ଏବଂ ନୀତୀଶଙ୍କ ସମ୍ପର୍କ ଉଦାହରଣୀୟ

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଟାକ୍ଷ କରିଛନ୍ତି। କିଶୋର କହିଛନ୍ତି, ବିହାର ଅନେକ ମେଣ୍ଟ ଆସିବା ଏବଂ ଯିବା ଦେଖିଛି। ବିହାରରେ ଅନେକ ମେଣ୍ଟ ଗଢ଼ିଛି ଏବଂ ଭାଙ୍ଗିଛି କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗିନି। ଏହା ଅତ୍ୟନ୍ତ ଉଦାହରଣୀୟ। ଏହା କେବଳ ନୀତୀଶଙ୍କ ଦ୍ବାରା ସମ୍ଭବ ହୋଇଛି। ଫେଭିକଲ ନୀତୀଶଙ୍କୁ ସେମାନଙ୍କ ବ୍ରାଣ୍ଡ ଆମ୍ବାସଡର କରିବା ଉଚିତ ବୋଲି କିଶୋର କହିଛନ୍ତି।

ପ୍ରଶାନ୍ତ କିଶୋର ଜେଡିୟୁରୁ ବାହାରିବା ପରଠାରୁ ନୀତୀଶଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଛନ୍ତି। ତେବେ ବିଜେପି ସହ ମେଣ୍ଟ ଭାଙ୍ଗିବାପରେ ପ୍ରଶାନ୍ତ କିଶୋର ନୀତୀଶଙ୍କୁ ଲଗାତାର ଟାର୍ଗେଟ୍‌ କରୁଛନ୍ତି। ନିକଟରେ ପ୍ରଶାନ୍ତ କିଶୋର କହିଥିଲେ ‌ଯେ ଆର୍‌ଜେଡି ସହ ହାତ ମିଳାଇବା ସଂକ୍ରାନ୍ତ ଜେଡିୟୁର ନିଷ୍ପତ୍ତିର କେବଳ ଆଞ୍ଚଳିକ ପ୍ରଭାବ ରହିବ। ଏହାର କୌଣସି ବଡ଼ ରାଜନୈତିକ ପ୍ରଭାବ ରହିବନି। ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ପ୍ରଶାନ୍ତ କିଶୋରଙ୍କୁ ‘ପବ୍ଲିସିଟି ଏକ୍ସପର୍ଟ’ କହିଥିଲେ ଏବଂ ତାଙ୍କର ଏହି ଟିପ୍ପଣୀକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର