ନୂଆଦିଲ୍ଲୀ/ ପାଟନା: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡି(ୟୁ) ସୁପ୍ରିମୋ ନୀତୀଶ କୁମାର ଆଜି ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଦଳର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ପଓ୍ଵନ କୁମାର ବର୍ମାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ପ୍ରଶାନ୍ତ କିଶୋର ଦଳର ଉପସଭାପତି ଥିବାବେଳେ ଓ ଦଳର ଅନ୍ୟତମ ବରିଷ୍ଠ ସଭ୍ୟ ଭାବେ ବିବେଚିତ ପଓ୍ଵନ କୁମାର ବର୍ମା ରାଜ୍ୟସଭାର ପୂର୍ବତନ ସାଂସଦ ଥିଲେ।

Advertisment

ଜେଡି(ୟୁ) ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଏକଦା ଘନିଷ୍ଠ ସହଯୋଗୀ ରହିବା ସହ ଦଳ ମଧ୍ୟରେ ନମ୍ବର ଦୁଇ ଭାବରେ ପରିଗଣିତ ହେଉଥିଲେ ପ୍ରଶାନ୍ତ କିଶୋର। ନିର୍ବାଚନୀ ରାଜନୀତି ଓ ନିର୍ବାଚନୀ ରଣକୌଶଳରେ ଜଣେ ସଫଳ ନୀତି ନିର୍ଦ୍ଧାରକ ରୂପେ ବିବେଚିତ ପ୍ରଶାନ୍ତ କିଶୋର ଜେଡି(ୟୁ)ରେ ଯଥେଷ୍ଟ ଦବ୍‌ଦବା ଓ ପ୍ରଭାବ ପ୍ରଶାନ୍ତ କିଶୋରଙ୍କର ରହିଥିଲା । ୨୦୧୮ରେ ଦଳରେ ସାମିଲ ହୋଇଥିବା ପ୍ରଶାନ୍ତ କିଶୋରଙ୍କୁ ଦଳର ଉପସଭାପତି ପଦରେ ନିଯୁକ୍ତ କରିଥିଲେ ସୁପ୍ରିମୋ ନୀତୀଶ କୁମାର।

publive-image Patrika

ତେବେ, ନୀତୀଶ କୁମାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ନାଗରିକତା (ସଂଶୋଧନ) ଆଇନ (ସିଏଏ)କୁ କେନ୍ଦ୍ରକରି ବିବାଦ ଆରମ୍ଭ ହୋଇଥିଲା। ପ୍ରଶାନ୍ତ କିଶୋର ସିଏଏକୁ ବିରୋଧ କରୁଥିବା ବେଳେ ଜେଡି(ୟୁ) ମଧ୍ୟ ସଂସଦରେ ସିଏଏକୁ ବିରୋଧ କରୁ ବୋଲି ସେ ଚାହୁଁଥିଲେ। କିନ୍ତୁ, ଜେଡି(ୟୁ) ସମର୍ଥନରେ ସଂସଦର ଉଭୟ ଗୃହରେ ସିଏଏ ପାରିତ ହୋଇଯିବା ପରେ ଏହାକୁ ତୀବ୍ର ବିରୋଧ କରି ବିଜେପି ଓ ଜେଡି(ୟୁ) ବିରୋଧରେ ବୟାନବାଜି କରିଥିଲେ ପ୍ରଶାନ୍ତ କିଶୋର।

ପ୍ରଶାନ୍ତ କିଶୋର କହିଥିଲେ ଦଳ କେଉଁ ପରିସ୍ଥିତିରେ ଓ କାହିଁକି ସଂସଦରେ ସିଏଏକୁ ସମର୍ଥନ ଦେଲା ତାହାର ଉତ୍ତର କେବଳ ମାତ୍ର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହିଁ ଦେଇପାରିବେ। ସେହିପରି ଦଳର ଅନ୍ୟତମ ବରିଷ୍ଠ ସଦସ୍ୟ ପଓ୍ଵନ କୁମାର ବର୍ମା ସିଏଏକୁ ବିରୋଧ କରିବା ସହ ନୀତୀଶ କୁମାରଙ୍କର ସମାଲୋଚନା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପ୍ରଶାନ୍ତ କିଶୋର ଓ ପଓ୍ଵନ କୁମାର ବର୍ମା ସହ ନୀତୀଶ କୁମାରଙ୍କର ବିବାଦ ଆରମ୍ଭ ହୋଇଥିଲା

publive-image India Today

ଜେଡି(ୟୁ) ସୁପ୍ରିମୋ ନୀତୀଶ କୁମାର ଗତକାଲି ଗଣମାଧ୍ୟମକୁ କହିଥିଲେ ଯେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଲା ପରେ ହିଁ ମୁଁ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିଥିଲି। ନୀତୀଶ କୁମାରଙ୍କର ଏହି ବୟାନକୁ କେନ୍ଦ୍ରକରି ରାଜନୈତିକ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଥିଲା।