ପାଟନା: ଲାଲୁଜୀ ଦଶମ ଫେଲ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ବସିଲେଣି, ଆଉ ଆପଣଙ୍କ ବିଏ ପାସ୍ ପୁଅକୁ ଚାକିରି ମିଳୁନି। ଏଭଳି କହି ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ କିଶୋର। ଜନ ସୁରଜ ପଦଯାତ୍ରା କରିବା ସମୟରେ ଲୋକଙ୍କୁ ସମ୍ବୋଧିତ କରି ଟଙ୍କା ନେଇ ଭୋଟ ଦେବା ବନ୍ଦ କରନ୍ତୁ ବୋଲି କହିଛନ୍ତି ପ୍ରଶାନ୍ତ ।
ଗୋପାଳଗଞ୍ଜର ଚେନପାଟୀ ଗ୍ରାମରେ ଲୋକଙ୍କ ସହ କଥା ହେବା ବେଳେ ପ୍ରଶାନ୍ତ କିଶୋର କହିଛନ୍ତି, ଯଦି ଆପଣ ନିଜ ପିଲାମାନଙ୍କ ବିଷୟରେ ଚିନ୍ତା କରିବେ ନାହିଁ ତେବେ ଦୁନିଆରେ କେହି ଆପଣଙ୍କ ପିଲାମାନଙ୍କ ବିଷୟରେ ଚିନ୍ତା କରିବେ ନାହିଁ। ପାଞ୍ଚ ବର୍ଷ ଧରି ଜନସାଧାରଣ ବସି ଶିକ୍ଷା ଏବଂ ନିଯୁକ୍ତି ସହ ଜଡିତ ସମସ୍ୟା ବିଷୟରେ ଆଲୋଚନା କରନ୍ତି, କିନ୍ତୁ ଯେଉଁ ଦିନ ଭୋଟ୍ ଦେବା ସମୟ ଆସେ ଜନସାଧାରଣ ସବୁକିଛି ଭୁଲିଯାଆନ୍ତି। ନିର୍ବାଚନ ପୂର୍ବରୁ ଯେଉଁ ନେତାଙ୍କୁ ଲୋକେ ଗାଳି ଦିଅନ୍ତି, ସେହି ନେତାଙ୍କୁ ହିଁ ମତଦାନ ସମୟରେ ଭୋଟ ଦିଅନ୍ତି। ଏଭଳି ହେଲେ ଆପଣଙ୍କ ସମସ୍ୟାର ସମାଧାନ ହେବ କିପରି?
ସେ ଆହୁରି କହିଛନ୍ତି ଯେ, କିଛି ଲୋକମାନେ ନିଜ ପିଲାଙ୍କୁ ପଢ଼ାଇ ପାରୁନାହାନ୍ତି ଓ ଆଉ କିଛି ଲୋକଙ୍କ ପିଲା ବହୁତ ପାଠ ପଢ଼ି ବି ଚାକିରି ଖଣ୍ଡିଏ ପାଇପାରୁନାହାନ୍ତି। ଲାଲୁଜୀଙ୍କୁ ଦେଖନ୍ତୁ, ତାଙ୍କ ପୁଅ ଦଶମ ପାସ କରିନାହିଁ, ତଥାପି ଲାଲୁଜୀ ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ଲାଗିପଡ଼ିଛନ୍ତି। ଏଥିରେ କୌଣସି ଅସୁବିଧା ନାହିଁ ଯେ ଲାଲୁଜୀ ତାଙ୍କ ପୁଅ ପାଇଁ ଚିନ୍ତିତ ଅଛନ୍ତି। ଅସୁବିଧାଟି ହେଉଛି ଯେ ଆପଣଙ୍କ ପୁଅ ଦଶମ ପାସ କରିଛି, ଉଚ୍ଚଶିକ୍ଷା ଲାଭ କରିଛି। ହେଲେ ବି ତାକୁ ପିଅନ ଚାକିରି ଖଣ୍ଡିଏ ବି ମିଳୁନାହିଁ ଏବଂ ସେଥିପାଇଁ ଆପଣ ଆଦୌ ଚିନ୍ତିତ ନୁହଁନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/ସ-34.jpg)