ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଟ୍ୱିଟ୍ ପରେ ଗତକାଲି ନିର୍ବଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଥିଲେ | ୩ଜଣଙ୍କ ସହ ଆଲୋଚନା କରିବାର ଗୋଟିଏ ଦିନ ପରେ ନିର୍ବଚନୀ ରଣନୀତିଜ୍ଞ ଭାରତର ମୁଖ୍ୟ ବିରୋଧୀ ଦଳରେ ଯୋଗଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ସୂତ୍ରରୁ ଜଣାପଡିଛି ଯେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ପ୍ରଶାନ୍ତ କିଶୋର ଆଲୋଚନା କରିବା ପରେ ଦଳ ରଣନୀତିଜ୍ଞଙ୍କୁ ଏକ ଆନୁଷ୍ଠାନିକ ଭୂମିକା ଦେବାକୁ ଚିନ୍ତା କରୁଛି । ତେବେ ଏନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ |
/sambad/media/post_attachments/418fa6a10c386aa6285763a5e5d564619a3bb0389f9b1b0be144bfa835af8101.jpg)
ଏହା ପୂର୍ବରୁ ପ୍ରଶାନ୍ତ କିଶୋର କହିଥିଲେ ଯେ, ମୁଁ ଯାହା କରୁଛି ତାହା ଜାରି ରଖିବାକୁ ଚାହେଁ ନାହିଁ | ମୁଁ ଯଥେଷ୍ଟ କରିସାରିଛି ମୋ ପାଇଁ ଏକ ବିରତି ନେଇ ଜୀବନରେ ଆଉ କିଛି କରିବାର ସମୟ ଆସିଛି | ମୁଁ ଏହି ସ୍ଥାନ ଛାଡିବାକୁ ଚାହୁଁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/t-96.jpg)