ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନିକଟରେ କଂଗ୍ରେସ ପକ୍ଷରୁ ଦଳରେ ଯୋଗଦେବା ପାଇଁ ପ୍ରସ୍ତାବ ଦିଆଯାଇ ଥିଲା। କିନ୍ତୁ ସେ ଦଳରେ ଯୋଗ ଦେଇନାହାନ୍ତି। କିନ୍ତୁ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବା ସଂପର୍କରେ ଆଜି ସେ ସୂଚନା ଦେଇଛନ୍ତି। ତାହା ପୁଣି ତାଙ୍କ ନିଜ ରାଜ୍ୟ ବିହାରରୁ ଆରମ୍ଭ ହେବ। ଟ୍ବିଟ୍ କରି ସେ କହିଛନ୍ତି ଲୋକଙ୍କ ସମସ୍ୟା ସଂପର୍କରେ ଜାଣିବା ପାଇଁ ଲୋକଙ୍କ ଅଦାଲତକୁ ଯିବା ସମୟ ତାଙ୍କ ପାଇଁ ଆସିଯାଇଛି। ଗଣତନ୍ତ୍ରରେ ଜଣେ ଅର୍ଥପୂର୍ଣ୍ଣ ଅଂଶଗ୍ରହଣକାରୀ ହେବା ଏବଂ ଲୋକାଭିମୁଖୀ ନୀତି ପ୍ରସ୍ତୁତ ନେଇ ୧୦ ବର୍ଷର ଉତ୍ଥାନପତନ ଯାତ୍ରା ଅତିବାହିତ ହୋଇଛି। ବର୍ତ୍ତମାନ ପ୍ରକୃତ ମାଲିକ ‘ଲୋକ’ଙ୍କ ନିକଟକୁ ଯିବାର ସମୟ ଆସିଛି। ଶେଷକୁ ସେ ହିନ୍ଦୀରେ ବିହାରରୁ ଆରମ୍ଭ ନେଇ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି। ତେବେ ପ୍ରଶାନ୍ତ କିଶୋର କିଭଳି ଭାବେ ରାଜନୀତିକୁ ଓହ୍ଲାଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ। ଅନ୍ୟପକ୍ଷରେ ବିଜେପି କହିଛି ସେ ଜଣେ ସମାଜ ବିଜ୍ଞାନୀ କିମ୍ବା ରାଜନୀତି ବିଜ୍ଞାନୀ ନୁହନ୍ତି। ସେ ଜଣେ କ୍ଷମତା ଦଲାଲ ଏବଂ ମଧ୍ୟସ୍ଥ। ଜଣେ ଭୋଟ କାଟିବା ପରିବର୍ତ୍ତେ ସେ ଅନ୍ୟ କିଛି ହୋଇପାରିବେ ନାହିଁ ବୋଲି ବିଜେପି ପ୍ରବକ୍ତା ନିଖିଲ ଆନନ୍ଦ କହିଛନ୍ତି। ଅବଶ୍ୟ ବିହାର ରାଜନୀତି ପାଇଁ ସେ ନୂଆ ନୁହନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁରେ ସେ ପୂର୍ବରୁ ଉପସଭାପତି ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନଆରସି ପ୍ରସଙ୍ଗରେ ଜେଡିୟୁର ମତକୁ ସମାଲୋଚନା କରି ଦଳରୁ ନିଲମ୍ବିତ ହୋଇଥିଲେ।
ପ୍ରଶାନ୍ତ କିଶୋର ପୁଣି ବିହାରରୁ ରାଜନୀତି ଆରମ୍ଭ କରିବେ
/sambad/media/post_attachments/wp-content/uploads/2020/02/prasant-kishore-jagran-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)