ନୀତୀଶଙ୍କୁ ପ୍ରଶାନ୍ତ କିଶୋରଙ୍କ ଜବାବ: ୪ ଫଟୋରେ ଦେଖାଇଲେ ‘ନୀତୀଶଙ୍କ ମୋଦୀ ଭକ୍ତି’

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି କେତେକ କଡ଼ା ଟିପ୍ପଣୀ ଦେବା ସହ ‘ବିଜେପିରେ ସାମିଲ ହେବାକୁ ତାଙ୍କର ମନ ହେଉଥିବ’ ବୋଲି କହିଥିଲେ। ଆଜି ଏହାର ଜବାବରେ ପ୍ରଶାନ୍ତ କିଶୋର ଟ୍ବିଟର୍‌ରେ ନୀତୀଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୪ଟି ଫଟୋ ପୋଷ୍ଟ୍‌ କରିଥିଲେ ଏବଂ କିଛି ସମୟ ପରେ ଏହାକୁ ହଟାଇ ଦେଇଥିଲେ। ତେବେ ଏହି ଫଟୋରେ ପ୍ରଶାନ୍ତ କୌଣସି ମନ୍ତବ୍ୟ ପୋଷ୍ଟ୍‌ କରିନଥିଲେ ମଧ୍ୟ ଏହା ‘ନୀତୀଶଙ୍କ ମୋଦୀ ଭକ୍ତି’ କିଛିଦିନ ତଳେ କିଭଳି ଥିଲା ତାହା ଦର୍ଶାଇବାକୁ ଚାହିଛନ୍ତି। ଏହି ଫଟୋ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର