ସ୍ବେଛାକୃତ ଅବସର ପାଇଁ ଆବେଦନ କଲେ ପଶ୍ଚିମବଙ୍ଗର ଏହି ପୁଲିସ ଅଧିକାରୀ, ଟିଏମସିରୁ ଲଢ଼ିପାରନ୍ତି ନିର୍ବାଚନ

କୋଲକାତା: ସ୍ୱେଚ୍ଛାକୃତ ଅବସର ପାଇଁ ପଶ୍ଚିମବଙ୍ଗ ପୁଲିସର ଆଇଜି ପ୍ରସୁନ ବାନାର୍ଜୀ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି। ସୂଚନାନୁସାରେ, ଶାସକ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ ​​ପ୍ରସୁନ ବାନାର୍ଜୀଙ୍କୁ ପ୍ରାର୍ଥୀ କରିପାରେ | ପ୍ରସୁନ ବାନାର୍ଜୀଙ୍କ ଅବସର ନେବାକୁ ଆଉ ପାଞ୍ଚ ବର୍ଷ ବାକି ଥିବାବେଳେ ଏବେ ସେ ସ୍ବେଛାକୃତ ଭାବେ ଅବସର ନେବାକୁ ଆବେଦନ କରିଛନ୍ତି | ମିଳିଥିବା ସୂଚନା ମୁତାବକ ପ୍ରସୁନ ବାନାର୍ଜୀଙ୍କ କାର୍ଯ୍ୟକାଳ ଅକ୍ଟୋବର, ୨୦୨୯ରେ ସରୁଥିବାବେଳେ ଚର୍ଚ୍ଚା ହେଉଛି ଯେ ସେ ଟିଏମସି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି |

ଉଲ୍ଲେଖ ଥାଉ କି ଏହାପୂର୍ବରୁ ଚନ୍ଦନଗର ପୁଲିସ କମିଶନର ହୁମାୟୁନ କବୀର ମଧ୍ୟ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଏବଂ ଟିଏମସି ଟିକଟରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ଜିତିବା ପରେ ସେ ମଧ୍ୟ ରାଜ୍ୟର ମନ୍ତ୍ରୀ ହୋଇଥିଲେ। ହୁମାୟୁନ କବୀରଙ୍କ ବ୍ୟତୀତ ସୁଲତାନ ସିଂ, ଉପେନ ବିଶ୍ୱାସ ଏବଂ ଅନ୍ୟାନ୍ୟ ଆଇପିଏସ ମଧ୍ୟ ଟିଏମସି ଟିକେଟରେ ବିଭିନ୍ନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

ପ୍ରସୁନ ବାନାର୍ଜୀ ଦୁଇଥର ଦକ୍ଷିଣ ଦିନାଜପୁର ପୁଲିସ ଅଧୀକ୍ଷକ ମଧ୍ୟ ରହିଛନ୍ତି। ତାଙ୍କୁ ବାଲୁରଗାଟ ଆସନରୁ ଟିଏମସି ପ୍ରାର୍ଥୀ କରାଯିବ ବୋଲି କଳ୍ପନାଜଳ୍ପନା ଚାଲିଛି। ବାସ୍ତବରେ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଏହି ଆସନରୁ ସାଂସଦ ଥିବାବେଳେ ଏଥର ମଧ୍ୟ ସେ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଯଦି ଏହି ଆସନରେ ପ୍ରସୁନ ବାନାର୍ଜୀ ପ୍ରାର୍ଥୀ ହୁଅନ୍ତି ତେବେ ରୋଚକ ଲଢେଇ ହୋଇପାରେ |

ସମ୍ବନ୍ଧିତ ଖବର