ପ୍ରତାପ ଷଡ଼ଙ୍ଗୀଙ୍କ ୨ ଦିନିଆ ଓଡ଼ିଶା ଗସ୍ତ

ମୋଦୀ ମନ୍ତ୍ରିମଣ୍ଡଳରେ ପ୍ରତାପଙ୍କ ସମେତ ୧୮ ଦାଢିଧାରୀ ମନ୍ତ୍ରୀ

ନୂଆଦିଲ୍ଲୀ : ମୋଦୀ ମନ୍ତ୍ରିମଣ୍ଡଳର ଦ୍ବିତୀୟ ପାଳିରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କରିସାରିବାପରେ ପ୍ରତାପ ଷଡ଼ଙ୍ଗୀ ପ୍ରଥମ ଥର ପାଇଁ ଚଳିତ ମାସ ୮ରେ ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି। ୮ରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସହିତ ଫନି ବାତ୍ୟା ପ୍ରଭାବିତ ୨-୩ ଟି ଗାଁ ପରିଦର୍ଶନ କରିବେ। ଗାଁ ଗୁଡ଼ିକ ପରିଦର୍ଶନ କରିବା ପରେ ଫନି ବାତ୍ୟାକୁ ନେଇ ପୁରୀରେ ଏକ ସମୀକ୍ଷା ବୈଠକରେ ସେ ଯୋଗ ଦେବେ ବୋଲି କହିଛନ୍ତି। ସନ୍ଧ୍ୟାରେ ସେ ପୁରୀରୁ ଭୁବନେଶ୍ବର ଫେରିବେ ଏବଂ ଭୁବନେଶ୍ବରରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ଅନ୍ୟାନ୍ୟ ଗସ୍ତ କାର୍ଯ୍ୟକ୍ରମ ଓଡ଼ିଶା ପହଞ୍ଚିବା ପରେ ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ମୋଦୀ ମନ୍ତ୍ରିମଣ୍ଡଳରେ ପ୍ରତାପଙ୍କ ସମେତ ୧୮ ଦାଢିଧାରୀ ମନ୍ତ୍ରୀ

ନୂଆଦିଲ୍ଲୀ : ମୋଦୀ ମନ୍ତ୍ରିମଣ୍ଡଳ‌ର ଦ୍ବିତୀୟ ପାଳିରେ ଶପଥ ନେଇଥିବା ୫୭ ଜଣ ମନ୍ତ୍ରୀମାନଙ୍କ ମଧ୍ୟରୁ ୧୮ ଜଣ ମନ୍ତ୍ରୀ ଦାଢ଼ିଧାରୀ ଅଛନ୍ତି। ଏହି ୧୮ ଦାଢ଼ିଧାରୀ ମନ୍ତ୍ରୀ ତାଲିକାରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ମଧ୍ୟ ରହିଛି। ପୂର୍ବରୁ ଏତେ ସଂଖ୍ୟରେ ଦାଢ଼ିଧାରୀ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନଥିଲେ। ଯଦିବା ପୂର୍ବରୁ କେବେ ଦାଢ଼ିଦାରୀ ମନ୍ତ୍ରୀଙ୍କ ସଂଖ୍ୟା ଉପରେ ଆକଳନ କରାଯାଇ ନାହିଁ କିନ୍ତୁ ବିଜେପି ସୂତ୍ରରୁ ଜଣାପଡ଼ିଛି ‌ଯେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଦାଢ଼ିଧାରୀ ମନ୍ତ୍ରୀ ଅଛନ୍ତି। ଦାଢ଼ିଧାରୀ ମନ୍ତ୍ରୀମାନଙ୍କ ଦାଢ଼ିର ଡିଜାଇନ୍ ମଧ୍ୟ ଅଲଗା ଅଲଗା ଦେଖିବାକୁ ମିଳିଛି। ଯେଉଁ ୧୮ ଜଣ ଦାଢ଼ିଧାରୀ ମନ୍ତ୍ରୀ ରହିଛନ୍ତି ସେମାନଙ୍କ ମଧ୍ୟରୁ କେତେକ ପ୍ରମୁଖ ବ୍ୟକ୍ତିତ୍ବ ହେଉଛନ୍ତି ମୁଖତାର ଅବ୍ବାସ ନକ୍‌ଭି, ଗିରିରାଜ ସିଂହ, ଏସ ଜୟଶଙ୍କର, ହରଦୀପ ସିଂହ, ଅଶ୍ବିନୀ ଚୌବେ, କୃଷ୍ଣପାଲ ଗୁଜର, ପରଷୋତ୍ତୋମ ରୂପାଲା, ବାବୁଲ ସୁପ୍ରିୟୋ, ଅନୁରାଗ ଠାକୁର୍ । ଏତତ୍ ବ୍ୟତୀତ ମୋଦୀ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ରାମବିଳାସ ପାଶଵାନ ଦାଢ଼ିଧାରୀ ମନ୍ତ୍ରୀ ତାଲିକାରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସେମାନଙ୍କ ଦାଢ଼ିକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି।

ସମ୍ବନ୍ଧିତ ଖବର