ଯେଉଁମାନଙ୍କୁ ବନ୍ଦେ ମାତରମ୍ କହିବା ସ୍ୱୀକାର ନୁହେଁ, ସେମାନଙ୍କର ଦେଶରେ ରହିବାର ଅଧିକାର ନାହିଁ : ପ୍ରତାପ ଷଡ଼ଙ୍ଗୀ

ସୁରଟ: କେନ୍ଦ୍ର ଲଘୁ ଓ ମଧ୍ୟମ ଉଦ୍ୟୋଗ ଓ ପଶୁପାଳନ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ଗୁଜୁରାଟର ସୁରଟରେ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ବିବାଦ ଦେଖାଦେଇପାରେ | ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ,  ଏକ କାର୍ଯ୍ୟକ୍ରମରେ ଯୋଗଦେଇ  ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ଯେଉଁମାନଙ୍କୁ ବନ୍ଦେ ମାତରମ କହିବା ସ୍ୱୀକାର ନୁହେଁ, ସେମାନଙ୍କର ଦେଶରେ ରହିବାର ଅଧିକାର ନାହିଁ | ଲୋକଙ୍କୁ ମାଗଣା ବିଜୁଳି ଓ ପାଣି ଦେବା ଦ୍ୱାରା ଦେଶର ବିକାଶ ହେବ ନାହିଁ | ସିଏଏ ୭୦ ବର୍ଷ ପୂର୍ବରୁ ହେବାର ଥିଲା | ଆମର ପୂର୍ବତନ ନେତା ମାନେ ଯେଉଁ ପାପ କରିଥିଲେ, ତାହାର ପ୍ରାୟଶ୍ଚିତ କରିବାକୁ ଯାଉଛୁ |

Twitter

ଦେଶ ବିଭାଜନ ସାମ୍ପ୍ରଦାୟିକ ଆଧାରକୁ ନେଇ କରାଯାଇଥିଲା | ଦେଶରେ ଅଢେଇରୁ ତିନି କୋଟି ମୁସଲମାନ ଥିଲେ | ଏବେ ଏହି ସଂଖ୍ୟା ୨୩ କୋଟିରେ ପହଞ୍ଚିଛି | ଅନ୍ୟପଟେ ଦେଶରେ ହିନ୍ଦୁଙ୍କ ସଂଖ୍ୟା କମିଛି | କଂଗ୍ରେସ ଯେଉଁ ପାପ କରିଥିଲା ତାହାର ପ୍ରାୟଶ୍ଚିତ ଆମେ ଏବେ କରୁଛୁ | ସେମାନଙ୍କର ଅସ୍ତିତ୍ବ ‌ସରି ସରି ଆସୁଥିବାରୁ  ଦେଶରେ ନିଆଁ ଲଗାଉଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଶ୍ରୀ ଷଡ଼ଙ୍ଗୀ ଏହି ଅବସରରେ କହିଥିଲେ ଯେ ଦେଶରେ ନିଆଁ ଲଗାଉଥିବା ଲୋକ ଦେଶପ୍ରେମୀ ନୁହନ୍ତି | ଯେଉଁମାନଙ୍କୁ ଭାରତର ସ୍ୱାଧୀନତା ସ୍ୱୀକାର ନାହିଁ ଓ ବନ୍ଦେ ମାତରମକୁ ସ୍ୱୀକାର କରୁନାହାନ୍ତି ସେମାନଙ୍କୁ ଦେଶରେ ରହିବାର ମଧ୍ୟ ଅଧିକାର ନାହିଁ |

ସମ୍ବନ୍ଧିତ ଖବର