ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ ପ୍ରତାପ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ମିଳିତ ଅଧିବେଶନ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବକୁ ନେଇ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଲୋକସଭାରେ ଆଲୋଚନା ହେବ। ସରକାରଙ୍କ ପକ୍ଷରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ବାରା ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ଏହାକୁ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ଗ୍ରହଣ କରିଛନ୍ତି। ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରିବେ ଡକ୍ଟର ହୀନା ଗାଭିଟ୍ । ଦୁଇଦିନ ଧରି ଲୋକସଭାରେ ହେବାକୁ ଥିବା ଆଲୋନଚା ପାଇଁ ୧୦ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ଦଳର ନେତାମାନଙ୍କ ଦ୍ବାରା ସେମାନଙ୍କ ପାର୍ଟିର ସଂଖ୍ୟା ଅନୁସାରେ ଆଲୋଚନାରେ ଭାଗ ନେବା ପାଇଁ ସୁଯୋଗ ଦିଆଯିବ। ମିଳିଥିବା ସୂଚନା ଅନୁସାରେ ବିଜେଡି ପକ୍ଷରୁ ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଆଲୋଚନାରେ ଭାଗ ନେବେ। ରାଷ୍ଟ୍ରପତିଙ୍କ ମିଳିତ ଅଧିବେଶନର ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଗୃହରେ ଜବାବ ରଖିବେ।

ସମ୍ବନ୍ଧିତ ଖବର