ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଫୋନକଲ୍ ଆସିଥିବା ସୂଚନା; ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି

ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ପ୍ରତାପ ଷଡ଼ଙ୍ଗୀଙ୍କୁ  ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଛି ଫୋନ୍ କଲ୍ । ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ।

ପୂର୍ବରୁ ୨ ଥର ବିଧାନସଭାକୁ  ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଏବେ ଜାତୀୟ ଗଣମାଧ୍ୟମରେ ପ୍ରତାପ ଷଡଙ୍ଗୀଙ୍କ କାହାଣୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ପ୍ରତିପକ୍ଷ କୋଟିପତି ପ୍ରାର୍ଥୀଙ୍କୁ ହରାଇଥିବା ଏହି ନେତାଙ୍କୁ ଜାତୀୟ ଗଣମାଧ୍ୟମରେ ଖୁବ୍ ପ୍ରଶଂସା କରିଛନ୍ତି । ମାଟି ଘରେ ରହୁଥିବା, ସାଇକେଲ ଚଢୁଥିବା ଏବଂ ଗାମୁଛା ପିନ୍ଧି ନଳକୂଅରେ ଗାଧୋଉଥିବା ଚିତ୍ର ଏବେ ସୋସିଆଲ ମିଡ଼ିଆରେ ବି ଘୁରି ବୁଲୁଛି ।

ସମ୍ବନ୍ଧିତ ଖବର